ଭୋକ
ଭୋକ
ଏ ଭୋକ
ମଣିଷର ଭୂଗୋଳ
ପରିବର୍ତ୍ତନ କରେ,
ଚେହେରା ପଛରେ ଗୋଟେ
ବିବେକ ଶୂନ୍ୟ ଜୀବ ଜନ୍ମଦିଏ ।
ଏ ଭୋକ ଭାରି ବିଷାକ୍ତ
ସେ ପେଟର ହେଉ ବା ପକେଟର
ସେ କାମର ହେଉ ବା କାମନାର
ସେ କମେଇବାର ହେଉ ବା ଲୁଟିବାର
ସବୁ କ୍ଷେତ୍ରରେ ମଣିଷର ମଣିଷପଣିଆକୁ
ଖିନଭିନ କରେ ।
କେବେ ମଣିଷକୁ ଧନୀ ସଜାଏ ତ
ଆଉ କେବେ ଭିକାରୀର ପରିଚୟ ଦିଏ
କେବେ ଗୋଲାମଗିରି କରେ ତ
ଆଉ କେବେ ଦାଦା ସଜାଏ ।
ନୀତି ଅନୀତି, ଧର୍ମ କର୍ମ
ଆଚାର ବିଚାର ସବୁ ସବୁ ପରିବର୍ତ୍ତନଶୀଳ
ଏ ଭୋକର ପରିଧି ମଧ୍ୟରେ,
ଭୋକକୁ ଯିଏ ଜିତିଗଲା
ସିଏ ମହାତ୍ମା ଈଶ୍ୱରଙ୍କ ଆଖିରେ
ହୁଏତ ଦରିଦ୍ର୍ୟ, ଦାଦନ, ଛୋଟଲୋକ ହେଇପାରେ
ଦୁନିଆର ଭିଡ଼ ଭିତରେ ।।
