STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ଭୋକ

ଭୋକ

1 min
185


ଯନ୍ତ୍ରଣା କ୍ଳାନ୍ତି ବିଷାଦ ଭରା

ଅକଥନୀୟ ଅସ୍ତିତ୍ଵ ଜ୍ଵାଳା

କ୍ଷେତ୍ରଫଳ ଓ ପରିସୀମା

ବହିର୍ଭୁତ ଅନ୍ତ ସ୍ପୁଲିଂଙ୍ଗ

ଲମ୍ପଟ ହୁଏ ପୁରୁଷ ମୁଢମତୀ

ନାରୀ ହୁଏ ପରିସ୍ଥିତି ଗତ ଅସତୀ 

କେବେ ଅନ୍ତଫାଡ଼ି ଜନ୍ମ କରିଥିବା

ଲଙ୍ଗଳା ଫୁଙ୍ଗୁଳା ପିଲାପାଇଁ

ଅନ୍ତସାର ଶୁନ୍ୟ ଅନ୍ଧୁଣୀ ମାଆ ପାଇଁ

ସାମଜରେ ଭୋକ ଥାଏ ଦୂରେଇ

ପଶିଆସି ଚାହେଁ କଣେଇ କଣେଇ

ରାତି ରାତି ବଡ ହେବା ନିଶାରେ

ପର ଧନ ହରଣ ସୁଯୋଗରେ

ଗରୀବ ଆଖ୍ୟାପାଏ ଚୋର

ତାର ଲୋଲୁପ ଦୃଷ୍ଟି ଅଛି ତାକୁ

ଯେତେ ପାର ମାର ଧର

ଆଉ ହୋଇଥିଲେ ଧନୀ ଶ୍ରେଣୀର

ଭୋକ ତାର ଲେଲୀହାନ ଶିଖା

ଅନ୍ୟର ଝିଅ ବୋହୁ ଦେଖି

ପରର ଧନ କରିବାକୁ ଚାଖି ଦିନ ବାକି

ଭୋକର ଚରିତ୍ର କରୁଥାଏ ଚିତ୍ରିତ

କେବେ ଅହମିକାରେ ସନ୍ତୁଳିତ

ବିବେକ ପଣିଆରେ ସମାଦୃତ

କେବେ ସମୁଦ୍ର ପାଣି ଶଙ୍ଖେ ବା ଢୋକେ

ଆହୁରି ଭୋକ କରେ ଗ୍ରାସ

ସେ ସର୍ବାଗିଳା ଗ୍ରାସିତ

ଅସହାୟଙ୍କ ଆଖିରେ ପେଟରେ ଲାତ

ମାରି କରେ ଶୋଷିତ ଆହତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract