STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଭୋକ ର ପ୍ରରିଭାଷା -ରୀତା ଅପରlଜିତା

ଭୋକ ର ପ୍ରରିଭାଷା -ରୀତା ଅପରlଜିତା

1 min
403

ଭୋକ ର ପରିଭାଷା

ବୁଝିବା ଓ ବୁଝେଇବା ସବୁଠାରୁ କଷ୍ଟ

ସକାଳୁ ଉଠୁ ଉଠୁ ଭୋକ ଲାଗେ

କେଜାଣି କାହିଁକି ଏତେ ଭୋକ

ସକାଳ ଜଳଖିଆ ରୁ ରାତି ର ଖାଇବା ଯାଏଁ

ଭୋକ ର ରାଜୁତି

ଏଇ ଭୋକ ପାଇଁ ଜୀବନ ଯାକର ଖଟଣୀ

ପେଟରେ ଭୋକ ଥିଲେ

ଆକାଶ ର ଜହ୍ନ ବି ରୁଟି ପରି ଲାଗେ

ଭୋକ କେବେ ପେଟ ର ତ କେବେ ମନର ଭୋକ

ପିଲା ପଢ଼ିବାର ଭୋକ ତାକୁ ଭଲ ଛାତ୍ର କରି ଗଢ଼ି ତୋଳେ

ଗାୟକ ଗାଇବାର ଭୋକ ତାକୁ ଭଲ ଗାୟକ କରେ

ଛୋଟ ଛୁଆ କୁ ଭୋକ ଲାଗିଲେ

ସେ କୁଆଁ କୁଆଁ କାନ୍ଦେ

ମତେ ଭୋକ ଲାଗିଲାଣି ମୁଁ ଯାଉଛି ଖାଇବାକୁ

ପୁଣିକେବେ ଲେଖିବି ନଗଡl ର କଥା

ଭୋକର ଆଉ କିଛି ପରିଭାଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract