STORYMIRROR

Jesu christ Muduli

Inspirational

3  

Jesu christ Muduli

Inspirational

ଭଣ୍ଡ ବାବା

ଭଣ୍ଡ ବାବା

1 min
1.2K

ଭଣ୍ଡ ବାବା ସେ ଭଣ୍ଡ ବାବା

ଆଶ୍ରମ ନାମରେ 

ଖୋଲି କରି ଢାବା

ବାଳ କୁ ହଲେଇ

ଭାଷଣ ଜମେଇ

ମାରନ୍ତି ଫମ୍ପା ତୁଛା ହାବା..

ଭଣ୍ଡ ବାବା ସେ ଭଣ୍ଡ ବାବା....।

ସପ୍ତାହକୁ ଥରେ 

ଖାଆନ୍ତି ମଟନ

ମକାପ ନ ନେଲେ 

ବୁଝେ ନି ତା ମନ

କାମ ପୀରତିରେ 

ଥାଏ ସଦା ଧ୍ୟାନ

ଚଲେନି ନ କଲେ 

ପଲଙ୍କ ସେବନ

ତାନ୍ତ୍ରିକ ହେଇ ବିଭୂତି ଉଡ଼େଇ

ସିମେଣ୍ଟ ଗାଈ ରୁ 

କ୍ଷୀରକୁ ଝରେଇ 

ଲୋକଙ୍କୁ କରାଇ କାବା

ଭଣ୍ଡ ବାବା ସେ ଭଣ୍ଡ ବାବା...।।

କିଛି ଲୋକ ତ 

ଆମର ମୁର୍ଖ

ଫୁଲ ମାଳ ପିନ୍ଧି 

ଭାଷଣ ମାରିଲେ 

ଭାବିନେବେ ଦେବଲୋକ

ତୁଳସୀ କୁ ମାଡ଼ି 

ସେ ଭଣ୍ଡ ପାପି

ସ୍ୱ ଭଗବାନ ନିଜକୁ ମଣୁଛି

ମଦ - ନାରୀ ପାଇଁ

ନାଟକ କରୁଛି

ମୂରୁଖ ଙ୍କୁ କରି ଗବା...

ଭଣ୍ଡ ବାବା ସେ ଭଣ୍ଡ ବାବା...।।।

ଭଣ୍ଡ ର କୁକର୍ମ

ହେଇଛି ନିଲାମ

ଯାଇଛି ଜେଲ୍ ପାଇଛି ଜାମିନ

ତଥାପି ବାଇଆ 

ମୁର୍ଖ ଭକ୍ତ ଗଣ

ତଥାପି କରନ୍ତି ଭଣ୍ଡ ଜୟ ଗାନ

ମୋର ନିବେଦନ

ଘେନ ଭକ୍ତ ଜନ

ଚର୍ମ - ଦେହ ଧାରୀ ଭଣ୍ଡ କୁ

କିଆଁ ମାନ ଭଗବାନ

ମାଆ ବାପା ତୁମ ସତ ଭଗବାନ

ପୂଜିବ ଯାଅ ତାଙ୍କରି ଶରଣ

ଖୁସି ହେବେ ପ୍ରଭୁ 

ସ୍ଵୟଂ ନାରାୟଣ

ସମାଜ କୁ ହେବ ଶୋଭା..

ଛାଡ ଛାଡ ଭଣ୍ଡ ବାବା....।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational