STORYMIRROR

Sanjya Tripathy

Classics

4  

Sanjya Tripathy

Classics

ଭଙ୍ଗା ମାଠିଆ

ଭଙ୍ଗା ମାଠିଆ

1 min
272


କର୍ପୂର ଉଡିଯାଉଛି ଆକାଶ ମାର୍ଗରେ

ସମୁଦ୍ର ପଡ଼ିଛି କନା

ବିସ୍ଥାପିତଙ୍କ ପୁନର୍ବାସରେ

କଳିଙ୍ଗ ସଜାଏ ସେବା ।

ତଅପୋଇ କାନ୍ଦେ ଘରମଣି ପାଇଁ

ମାନସୀ ଭାଷିଲା। ରାସ

ଜୟନ୍ତୀ ଦିବସେ ଫୁଲମାଳ ପାଇ

ହଳଧର ପାଏ ଯଶ ।

ସୁରେନ୍ଦ୍ର ଆସିବେ ରାଜେନ୍ଦ୍ର ବି ଯିବେ।

ସ୍ତ୍କାରମାନଙ୍କ ଝଡ

ଲ୍ୟାଣ୍ଡମାଇନ ବିସୋରଣରେ

ସୁଶ ହୁଅନ୍ତି ବଡ ।

ଧର୍ମାଶୋକରୁ ଚଣ୍ଡାଶୋକ ହେବୁ

କରୁଛୁ ବକ୍ରଶପଥ

ପ ଫେଲ୍ ଆଉ ହେବ ନାହିଁ କେବେ

ରାଜଘାଟି ବୋଲେ ହୁଁ ତ ।

ଆସ ହେ ଦୀପକ ଶୁଣ ହେ ସନ୍ତୋଷ

ଦେଖାଅ ଆମକୁ ବାଟ

ଏକ ସ୍ଵଞ୍ଜୟ କି ଅବା କରିବା

ଚକ୍ରଧରଙ୍କର ନାଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics