ଭଲପାଏ
ଭଲପାଏ
ମାଟିରମଣିଷ ମୁଁ ମାଟିମାକୁ
ତାର ଶରଧା ବୋଳା ରସ,ରଙ୍ଗ ତୁଳୀକୁ
ନିଦାଘ ରେ ଝୁଙ୍କି ପଡୁଥିବା ନିଦକୁ
ବର୍ଷାରେ ଭିଜିଯାଇଥିବା ବସନଙ୍କୁତ
ବସନ୍ତର ମାଦକ ଭରା ଯୌବନକୁ
ଫୁଲସବାରି ରେ ମନ୍ଦ ମଳୟ ର ମହକକୁ
ନବପଲ୍ଲବ ରେ ବିମଣ୍ଡିତ ତୋରଣକୁ
ମଧୁର କଣ୍ଠରେ ପ୍ରେମଭିକ୍ଷା କରୁଥିବା ମନପକ୍ଷୀକୁ
ପଟଚିତ୍ର ରେ ପ୍ରୀତିର ଚିଟାଉକୁ
ରସାଳ ସ୍ୱାଦିଷ୍ଟ ନବାତ ପେୟକୁ
ସ୍ବୟଂଶ୍ରଦ୍ଧାଞ୍ଜଳି ଦେଉଛି ଶୁଭ ମନାସୁଛି
ଚିର ଯୌବନା ଶାଶ୍ୱତ ତାର ପତ୍ର
ସ୍ୱାଦିଷ୍ଟ ଫଳରୁ ପୃଷ୍ଟିକ ପଞ୍ଚାମୃତ ଭୋଗ
ନିର୍ଝରତଟିନୀ ସୁଶୀତଲ ରସ
ଧରିତ୍ରୀ ତାର ବକ୍ଷୋଜ
ସବ୍ଧ ସୋଭିତ ମନ୍ତ୍ରମୁଗ୍ଧ ବେଦ
ଯୋଗାରୁଢ଼ହରହ ପ୍ରଣବ ବଂଶୀ
କୃଷିଜାତ କ୍ଷେତ ତାର ବକ୍ଷ
ମସ୍ତକରେ ପର୍ବତ ଜଙ୍ଗମ
ଦିବସ ରେସୂର୍ଯ୍ୟ ତ ରାତ୍ରୀ ରଚନ୍ଦ୍ର ଚକ୍ଷୁ
ଯୋଗିନୀ ର ସାଧନା ଦୁର୍ନୀତି ହିଂସା ବିପକ୍ଷ
ଶିଖାଏ କର୍ମ ତୁମର ଧର୍ମ ଭଗବାନ ବି
ଗୋଟିଏ ପରିବାରର ଗୋଟିଏ ଘର
କେବଳ ନିଜପରି ସମସ୍ତଙ୍କୁ ଭଲପାଇ ବସ
