Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Romance Others

4.0  

Mahesweta Panigrahi

Romance Others

ଭଲପାଏ

ଭଲପାଏ

1 min
125


ନୀଳବର୍ଣ୍ଣ ଏଇ ଆକାଶ ର 

ବିସ୍ତୀର୍ଣ୍ଣ ଚାଦର ତଳେ, 

ଭଲପାଏ ମୁହିଁ ବସି ରହିବାକୁ

କ୍ଷଣେ ତୋହରି କୋଳେ।


ପରଜାପତି ଡେଣା ଝାଡଇ

କୋମଳ ଫୁଲ ଦେହେ,

ମନ ଭରି ତା'କୁ ଦେଖି ନେବାକୁ

ସତେ ମୁଁ ଭଲପାଏ।


ମିଠାମିଠା ତୁମ କଥା ର ଯାଦୁ ରେ

ଜାଣିଜାଣି ଯାଏ ଫସି,

ଦିନ ପରେ ରାତି କୁହ ତୁମେ କଥା

ମୁଁ ତ ଶୁଣିବି ବସି।


ପାଦ ସହ ତୁମ ମୋ ପାଦ ମିଶାଇ

ଚାଲିବାକୁ କେଇ ପାଦ,

ଇଚ୍ଛା ହୁଏ ସତ କହି ତ ପାରେନି

ଭାବି ମନେ ପ୍ରମାଦ।


ଭଲପାଏ କିନ୍ତୁ ଭଲ ତ ପାଏନି

ଖୋଲିବାକୁ ମନ କଥା,

ଯଦି ଖୋଲିଦିଏ କହିବନି କିଏ

ପାଇଲେ ମନରେ ବ୍ୟଥା।


ତୁମେ ବି ତ ଥରେ କହିଦିଅ ଖୋଲି

ଗହନ ମନ ଗୁମର,

ତୁମ କଥା ଶୁଣି ଲାଜେଇବ ଫୁଲ

ହସିବ ସେଇ ଭ୍ରମର।


Rate this content
Log in

Similar oriya poem from Romance