STORYMIRROR

Sambit Srikumar

Abstract

4  

Sambit Srikumar

Abstract

ଭଲପାଏ ବୋଲି!!

ଭଲପାଏ ବୋଲି!!

1 min
399

ତୁମକୁ ମୁହିଁ ଅନ୍ତରରୁ ଆବିଳତା

ବିହିନ ନିରୁତା ଭଲପାଏ ବୋଲି ତ

କେବେ କହି ପାରେନି ମୁହଁ ଖୋଲି

ମନେ ମନେ ହୁଏ ଯାହା ଗୁଣୁଗୁଣୁ

ମନ କଥା କହି ପାରେନି ତୁଣ୍ଡରେ

କହିବାକୁ ମାଡ଼େ ନାହିଁ ଡର

କିନ୍ତୁ କେଜାଣି କାହିଁକି କରି ପାରେନି

ବୟାନ ତୁମ୍ଭରି ସମ୍ମୁଖରେ।

ଜାଣେନା ଏଇଟା ମୋର ସମ୍ଭ୍ରମବୋଧ

ଅବା ପୌରୁଷର ଅହମିକା

ପହିଲେ ମନର ଭାବକୁ ପରିପ୍ରକାଶ

ନକରିବାର ଅଟଳ ପ୍ରତିଜ୍ଞା

ନଜଣାଇବାକୁ କାହାକୁ ତୁମ ପାଇଁ

ଗଛିତ ଥିବା ଆପଣାର ଦୁର୍ବଳତା।

ତୁମେ ବି କୋଉ କମ୍ ଯେ?

ସବୁ ଜାଣ ସବୁ ବୁଝ ମୋ ମନର ଭାବନା

ତଥାପି ରୁହ ନିଶ୍ଚୁପ ନିର୍ବିକାର

ଦୂରେ ଥାଇ ମୁଖରେ କାରୁଣ୍ୟ ଭାବ ଫୁଟାଇ

ନିର୍ମିନେଷ ନୟନରେ ଯାହା ଚାହଁ

ଯଥା ନୀଳକଇଁ ଚାହିଁଥାଏ ଚନ୍ଦ୍ରମାରେ।

ଉଦବେଳିତ ମନରେ ମୋହର ବିକ୍ଷିପ୍ତ ଭାବନା

ମଥା ପିଟୁଥାଏ ଅଶାନ୍ତ ବିକ୍ଷୁବ୍ଧ ସାଗର ପରି

ତୁମେ କିନ୍ତୁ ସଦାସର୍ବଦା ଥାଅ ଶାନ୍ତ ସ୍ଥବିର

ସତେ ଯେମିତି ବେଳାଭୁଇଁ

ଦୁହେଁ ଦୁହିଁଙ୍କ ପରିଧିରେ ଆବଦ୍ଧ

ଅନନ୍ତ କାଳ ଧରି ଆପଣା ଆପଣା

ସୀମା ଉଲ୍ଲଙ୍ଘନ ନ କରିବାର

ଅଲିଖିତ ରାଜିନାମାରେ ଚୁକ୍ତିବଦ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract