STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଭଲମନ୍ଦ ନିଜ ବିଚାରରେ

ଭଲମନ୍ଦ ନିଜ ବିଚାରରେ

1 min
207

ବାଟରେ ଚାଲୁ ହୋଇ ବାଟବଣା 

ଦେଖିଲି ତାହା ଗୋଟେ ଭୁଲ୍ ଠିକଣା,

ଭୁଲ୍ ଥିଲା ସିନା ଠିକଣା ସେହି

ଲୋକ କିନ୍ତୁ ଥିଲେ ଠିକ ଠିକଣା।

ଏମିତି ଜୀବନେ ଆସିଥିଲେ ଜଣେ

ଭୁଲ ରେ ପରିଚିତ ହେଲି,

ସେହି ଲୋକଙ୍କ ଠିକ୍ ଠିକଣାରେ

ଭଲ ମଣିଷ ଟେ ହୋଇଗଲି।

ଭାବନା ଯେମିତି ଥିବ ମଣିଷର

କର୍ମ ହେବ ସେ ପ୍ରକାର,

ଭୁଲ ନୁହେଁ କିଛି ନିଜ ଭାବନାରେ

ସବୁ ହୁଏ ଠିକ ତୁମର।

ଭୁଲ ବେଳେବେଳେ ଭୁଲ ହୋଇଥାଏ

ରସାତଳେ ପକାଇଦିଏ,

ଟିକେ ଭୁଲ ପାଇଁ ସାରା ଜୀବନ

ମଣିଷ ପସ୍ତାଉ ଥାଏ ।


ବିଚାରବନ୍ତ ଏ ମଣିଷ ଜାତି କୁ

ସଦବୁଦ୍ଧି ଭଗବାନ ଦିଅନ୍ତି,

ନିଜ ବିଚାରରେ କାର୍ଯ୍ୟ ଆଧାରରେ

ଭଲମନ୍ଦ ବାଛି ନିଅନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational