STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଭଲକଥା

ଭଲକଥା

1 min
13.8K


ଉଚ୍ଚ ଆଶା ସିନା ରଖିବ ଜୀବନେ

ବଡ଼ଲୋକ ବୋଲି ଭାବିବନି

ବଡ଼ଲୋକ ଭାବି ମନେ ଗର୍ବ କରି

କଟୁକଥା କାରେ କହିବନି....

ଗରିବ ଆଗରେ ସମ୍ପତି ବଡିମା

ଭୁଲରେ ବି ବାଢ଼ିବନି

ଦୁର୍ବଳ ଆଗରେ ନିଜ ବାହୁବଳ

ପ୍ରୟୋଗ ଜମାରୁ କରିବନି...

ଗୁରୁଜନ ଆଗେ ନିଜ ପଦ ବଳ

କହିବାକୁ ଚେଷ୍ଟା କରିବନି

ବାପା ମାଆ ଆଗେ ବଡ଼ପାଟି କରି

ଜମାରୁ କଥା କହିବନି...

ଦୁଃଖୀ ଲୋକ ଆଗେ ନିଜ ସୁଖ କଥା

ବିଚାର ବିମର୍ଶ କରିବନି

ରୋଗୀ ଲୋକ ପାଖେ ଅସହାୟ କଥା

କହିବାକୁ ଚେଷ୍ଟା କରିବନି...

ମୂର୍ଖ ପାଖରେ ଜୀବନରେ କେବେ

ଯୁକ୍ତି ତର୍କ ଜମା କରିବନି

ମଦୁଆକୁ କେବେ ଉପଦେଶ ଦେଇ

ଅଯଥା କିଳାକୁ ଡାକିବନି...

ଚୋର ଠାରୁ କେବେ ଚୋରି ଜିନିଷକୁ

କିଣିବାକୁ ଚେଷ୍ଟା କରିବନି

ଜୁଆ ଖେଳ ପାଖେ ଯାଇ କରି କେବେ

ଜୁଆ ଖେଳ ଜମା ଦେଖିବନି....

ଆଗତ ବିଗତ ଚିନ୍ତା କରି ଭାଇ

ଏଇ ଦୁନିଆରେ ଚଳିବ

ତେବେ ଯାଇ ଭାଇ ଏଇ ଦୁନିଆରେ

ତିଷ୍ଟିକରି ଚଳିପାରିବ..

ନହେଲେ ନାମ ନେବ..

ଅଖା ଧୋଉଥିବ ଗୁଣ ଗାଉଥିବ.....

ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational