STORYMIRROR

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ଭଲକିଏ ?

ଭଲକିଏ ?

1 min
97


ଅମଣିଷଠାରୁ ଶହେଗୁଣ ଭଲ ଏଣ୍ଡିପୋକ ମହୁମାଛି,

ଅମଣିଷ ମାରେ ପୁଣି ଦୁଃଖଦିଏ ଭଲଲୋକ ବାଛି ବାଛି |


ଏଣ୍ଡିପୋକ ବୁଣେ ଟସର ସୂତାକୁ ମହୁମାଛି ମହୁଦିଏ,

କୋଟି କୋଟି ଲୋକପାଇଁ ଉପକାର କରି ପ୍ରାଣବଳି ଦିଏ |


ଦୁଃଖ ଅଭାବରେ ଜଞ୍ଜାଳ ଭିତରେ ଯାତନା ପାଏ ଯେ ଘରେ,

ତା'ପାଇଁ ନିଶ୍କୟ ଶହେଗୁଣ ଭଲ ବାସ ସଂଗ୍ରାମ କ୍ଷେତ୍ରରେ |


ସ୍ନେହ ପ୍ରେମ ଶ୍ରଦ୍ଧା ତ୍ୟାଗ ସମ୍ଭାବନା ଅଭାବ ଯେଉଁଠି ଥିବ,

ନିଜ ଅଧିକାର ନ ଥାଇ କେବଳ ପାଉଥିବ ପରାଭବ |


ସେଭଳି ଘରଠୁଁ ବନ୍ଦିଘର ଭଲ ନହେଲେ ବଣ-ଜଙ୍ଗଲ,

କୃପଣ ଲୋକଠୁଁ ମାଗି ଖାଇବାଠୁଁ ଉପାସ ରହିବା ଭଲ |


ଖଳଲୋକ ଆଉ କପଟୀ ବନ୍ଧୁଠୁଁ ନାଗସାପ ବନ୍ଧୁ ଭଲ,

କୁପୂତ୍ର ପାଞ୍ଚଟା ଥିଲେ କି ହୋଇବ କଲେଯଦି କଲବଲ |



Rate this content
Log in

Similar oriya poem from Inspirational