STORYMIRROR

Kumudabandhu Naik

Romance

3  

Kumudabandhu Naik

Romance

ଭଲ ପାଇବା

ଭଲ ପାଇବା

1 min
154

ଏହି ବୁକୁ ତଳେ କେତେ ଯେ କାହାଣୀ

ରହିଛି ଅକୁହା ହୋଇ

ନା କହି ପାରିଲି ନା ସହି ହେଉଛି

ଗଲ ପାଖରୁ ଦୁରେଇ ।

ଭଲ ଯଦି ପାଉଥିଲ ହୃଦ ଦେଇ

କଲନି କାହିଁ ବିଶ୍ୱାସ

କାହା କଥା ଶୁଣି ମୋ ପାଇଁ ମନରେ

ଭରି ରଖି ଅଛ ବିଷ ।

ଭଲ ପାଇବାର ଭରସା କେବଳ

ବିଶ୍ୱାସ ହିଁ ମାନ ଦଣ୍ଡ

ଭଲପାଇବାରେ  ଅବିଶ୍ୱାସ କଲେ

ଆଘାତ ଲାଗେ ପ୍ରଚଣ୍ଡ ।


Rate this content
Log in

Similar oriya poem from Romance