STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଭାବନା

ଭାବନା

1 min
265


ଛାତ ପରେ ବସି ରହିଥିଲି ଚାହିଁ

ଆକାଶକୁ ଏକ ଧ୍ଯାନେ।

ଅସ୍ତାଚଳେ ଏବେ ଯାଉଛନ୍ତି ରବି

ଲାଳିମା ଲେପି ଗଗନେ।


ଭାସମାନ ଜଳଦଙ୍କ ଆକୄତିକୁ

ଦେଖୁଥିଲି ମନ ଦେଇ।

ଭିନ୍ନ ଭିନ୍ନ ରଙ୍ଗେ ଆଙ୍କେ କେ ଆକୄତି

ଚିତ୍ରକର କିଏ ସେହି।


କେବେ ଚିତ୍ର ଲାଗେ କୋଣାର୍କର ସମ

କେବେ ଲାଗେ ରଥ ଭଳି।

କେବେ ଲାଗେ ପୁଣି କଦମ୍ବ ର ମୂଳେ

ରାଧା ସଙ୍ଗେ ବନ ମାଳି।


କେବେ ଚିତ୍ର ଲାଗେ ଉଚ୍ଚ ଗିରି ଶୄଙ୍ଗ

କୈଳାସ ପର୍ବତ ପରି।

କେବେ ପୁଣି ଲାଗେ ଶିବଙ୍କ ଜଟାରୁ

ଝରେ ମନ୍ଦାକିନୀ ଵାରି।


କେତେବେଳେ ପୁଣି ଦିଶୁଥାଏ ତାହା

ଘନ ଅରଣ୍ୟର ସମ।

କେବେ ପୁଣି ତାହା ଆଣିଥାଏ ମନେ

ଭରା ଶସ୍ୟ କ୍ଷେତ୍ର ଭ୍ରମ।


କେବେ ପୁଣି ଚିତ୍ର ନେଉଥାଏ ୠପ

ଭିନ୍ନ ଭିନ୍ନ ପ୍ରାଣୀଙ୍କର।

କେତେ ମନୋହର ଦିଶେ ଆକାଶରେ

ଚିତ୍ର ଏହି ବାଦଳର।


ମନେ ମୁଁ କଲ୍ପନା କରେ ଯେଉଁ ଚିତ୍ର

ଦେଖି ଥାଏ ବାଦଳରେ।

ମନ ଭାବନାର ଶବ୍ଦ ଶୁଭେ ଯେହ୍ନେ

ଦୂରୁ ଢିଙ୍କି ଶବଦରେ।

      



Rate this content
Log in