STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଭାବନା

ଭାବନା

1 min
269


ଛାତ ପରେ ବସି ରହିଥିଲି ଚାହିଁ

ଆକାଶକୁ ଏକ ଧ୍ଯାନେ।

ଅସ୍ତାଚଳେ ଏବେ ଯାଉଛନ୍ତି ରବି

ଲାଳିମା ଲେପି ଗଗନେ।


ଭାସମାନ ଜଳଦଙ୍କ ଆକୄତିକୁ

ଦେଖୁଥିଲି ମନ ଦେଇ।

ଭିନ୍ନ ଭିନ୍ନ ରଙ୍ଗେ ଆଙ୍କେ କେ ଆକୄତି

ଚିତ୍ରକର କିଏ ସେହି।


କେବେ ଚିତ୍ର ଲାଗେ କୋଣାର୍କର ସମ

କେବେ ଲାଗେ ରଥ ଭଳି।

କେବେ ଲାଗେ ପୁଣି କଦମ୍ବ ର ମୂଳେ

ରାଧା ସଙ୍ଗେ ବନ ମାଳି।


କେବେ ଚିତ୍ର ଲାଗେ ଉଚ୍ଚ ଗିରି ଶୄଙ୍ଗ

କୈଳାସ ପର୍ବତ ପରି।

କେବେ ପୁଣି ଲାଗେ ଶିବଙ୍କ ଜଟାରୁ

ଝରେ ମନ୍ଦାକିନୀ ଵାରି।


କେତେବେଳେ ପୁଣି ଦିଶୁଥାଏ ତାହା

ଘନ ଅରଣ୍ୟର ସମ।

କେବେ ପୁଣି ତାହା ଆଣିଥାଏ ମନେ

ଭରା ଶସ୍ୟ କ୍ଷେତ୍ର ଭ୍ରମ।


କେବେ ପୁଣି ଚିତ୍ର ନେଉଥାଏ ୠପ

ଭିନ୍ନ ଭିନ୍ନ ପ୍ରାଣୀଙ୍କର।

କେତେ ମନୋହର ଦିଶେ ଆକାଶରେ

ଚିତ୍ର ଏହି ବାଦଳର।


ମନେ ମୁଁ କଲ୍ପନା କରେ ଯେଉଁ ଚିତ୍ର

ଦେଖି ଥାଏ ବାଦଳରେ।

ମନ ଭାବନାର ଶବ୍ଦ ଶୁଭେ ଯେହ୍ନେ

ଦୂରୁ ଢିଙ୍କି ଶବଦରେ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ