ଅଧମ
ଅଧମ
ଅବୁଝା ବୋଲି ମୁଁ ଭାବିଲି ଯାହାକୁ
ବୁଝି ପାରିଲିନି କେବେ ତା ମନ ।
ଧନ ସମ୍ମାନ ପଛେ ବାଇହେଲି
କରି ଜାଣିଲିନି ତାର ସମ୍ମାନ ।
ମୋ ଲାଳସା ଜାଣି କରିଥିଲା ସିଏ
ନିଜ ପ୍ରାପ୍ୟ ପାଇଁ ଆପ୍ରାଣ ଚେଷ୍ଟା ।
ମୁଁ ମୋର ଲାଳସା ଛାଡି ପାରିଲିନି
ବୄଥା ଥିଲା ତାର ସବୁ ପ୍ରଚେଷ୍ଟା ।
ଧନ ବୈଭବ ମୋ ଲୋଭ ନଥିଲା ତା’
ଲୋଡୁଥିଲା ଖାଲି ଏକା ମୋ ପ୍ରେମ ।
ସମୟ ଥାଉଣୁ ବୁଝି ପାରିଲିନି
ଏବେ ଭାବେ, ମୁହିଁ କେଡେ ଅଧମ ।
