STORYMIRROR

Kumudabandhu Naik

Others

3  

Kumudabandhu Naik

Others

ପ୍ରେମ ଓ ବିରହ

ପ୍ରେମ ଓ ବିରହ

1 min
352

ପ୍ରେମ ଓ ବିରହ ହୋଇଥା ବୋଧେ

   ମୁଦ୍ରା ଦୁଇ ପାର୍ଶ୍ବ ସମ।

ପ୍ରେମରେ ନିଦାଘ ଲାଗେ ଚନ୍ଦ୍ର ପ୍ରଭା

    ନିଶି ହୁଏ ଦିବା ଭ୍ରମ।


ବିରହ ରେ ଦିବା ଦିଶେ ଅନ୍ଧକାର

    ଚନ୍ଦ୍ର ଲାଗେ ସୂର୍ଯ୍ୟ ସମ।

ପ୍ରେମରେ ଉଚ୍ଚାଟ ହେଉଥାଏ ମନ

    ବିରହରେ ମତିଭ୍ରମ।


ପ୍ରେମରେ ମିଳନ ଲାଳାୟିତ ମନ

    ବିରହେ ଅପେକ୍ଷା ରତ।

ଇଚ୍ଛା ଏକ ହେଲେ ଭାବ ଭିନ୍ନ ଭିନ୍ନ

    ଦୁହିଁଙ୍କ ମନ ଆହତ।


Rate this content
Log in