ବାଲ୍ୟ
ବାଲ୍ୟ
1 min
218
ଶୁଆ ନୁହଁଇ କି ସାରୀ ସେ ନୁହଁଇ,
କେତେ ଶୄତୀ ମଧୂ ତା କଣ୍ଠ ସ୍ବର।
କୋକିଳର କୁହୁତାନ ଫିକା ପୁଣି
ଫିକା ଫିକା ଲାଗେ ବୀଣା ଝଙ୍କାର।
ମୂଲ୍ୟବାନ ବାସେ ସୁନ୍ଦର କେ ଦିଶେ,
ଦିଗାମ୍ବରେ ସିଏ ତାଠୁ ସୁନ୍ଦର।
ବିନା ବ୍ଯାକରଣେ ଅଶୁଦ୍ଧି କା ଭାଷା,
ଅଶୁଦ୍ଧି ତା ଭାଷା କି ମନୋହର।
ସଦ୍ଯ ପ୍ରସ୍ଫୁଟିତ ସୁମନ କୋମଳ,
ତାହାଠୁ କୋମଳ ତା କଳେବର।
ପୁଷ୍ପର ସୁରଭି ମୋହିଥାଏ ମନ,
ତାହାଠୁ ବଳିକି ତା ବ୍ଯବହାର।
ସୁମନ ସୌରଭ ମୋହିଥାଏ ମନ,
ସୁଶୋଭିତ କରେ ଅଗଣା କାର।
ସୁରଭି ବିନା କା ହସାଏ ଅଗଣା,
ମନ ମୁଗ୍ଧେ ଥାଏ ତା ପରିବାର।
