STORYMIRROR

Ajayakumar Mohanty

Inspirational Others

3  

Ajayakumar Mohanty

Inspirational Others

ଭଲ ମଣିଷରେ ଗଣା

ଭଲ ମଣିଷରେ ଗଣା

1 min
224


ସଦାଚାର ସ୍ନେହ ମମତା 

ଯାର ମନରେ ନାହିଁ 

ଭଲ ମଣିଷଙ୍କ ଭିତରେ 

ତାକୁ ଗଣିବା ନାହିଁ।। 

ପର ଦୁଃଖ ଦେଖି ଆଖିରୁ 

ଯିଏ ଢାଳିନି ଲୁହ 

ଆପଣା ସ୍ୱାର୍ଥରେ ଚଳଇ 

ସିଏ ମଣିଷ ନୁହଁ।। 

ସୁଖରେ ଦୁଃଖରେ କଦାପି 

ଦିନେ ହୋଇନି ଛିଡ଼ା 

ଭଲ ନୁହେଁ ସିଏ ସଂସାରେ 

କଥା କୁହେ ଯେ କଡ଼ା।। 

ନିଜ ଭାଗରୁ ଯେ ଖାଇବା 

କେବେ ଦେଇତ ନାହିଁ 

ତାକୁ ଦାନୀ ବୋଲି ଭାବିବା 

ବଡ଼ ବୋକାମି ଭାଇ।। 

ଆନ ପାଇଁ ରଖି ଦରଦ 

ସେବା କରିଛି ପଣ 

ସଂସାର ଭିତରେ ସେହି ଯେ 

ଭଲ ମଣିଷ ଜାଣ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational