STORYMIRROR

Ajaya Mahala

Romance Fantasy

4  

Ajaya Mahala

Romance Fantasy

ଭଲ ଲାଗୁଛି ଏ ଭୁଲ

ଭଲ ଲାଗୁଛି ଏ ଭୁଲ

1 min
214

ଭଲ ଲାଗୁଛି ଏ ଭୁଲ ! 

ଯେମିତି ଗୋପନରେ ହୋଇଗଲା

ବହୁ ଇପ୍ସିତ ସ୍ୱାଧୀନତାର 

ଏ ନିରବ ଘୋଷଣା

ଡେଣା କଟି ଯାଇଥିବା 

ବିହଙ୍ଗିନୀର ଆଖିରେ

କିଏ ଖଞ୍ଜିଦେଲା 

ଏବେ ଉଡିବାର ସ୍ବପ୍ନଟିଏ ।

ଇଏ ବି କଠୋର ତପସ୍ୟା

ଏଠି ଗୋଟିଏ ଅନ୍ଧ ନର୍କର

ପଶ୍ଚାତାପହୀନ ପ୍ରତୀକ୍ଷା

ତଥାପି ବି 

କାହିଁ କେବେ 

ତୁମେ ଚେଷ୍ଟିତ ହୁଅ

ଗୋଟିଏ ସମାଜ ସମ୍ମତ ସମ୍ପର୍କ ପାଇଁ

ଯେଉଁଠି ତୁମେ 

ନିଜ ହାତରେ ଗୋଡ଼ରେ

ପୁଣି ଶିକୁଳି ବାନ୍ଧିବ

ଯେଉଁଠି ଜୀବନର 

ସବୁ ଟ୍ରାଫିକ ରୁଲ

ପୁଣି ଲାଗୁ ହେବ ।

ମୁଁ ଜାଣେ

ଏତେ ଡର ତୁମର ସମାଜକୁ

ମଲା ପରେ ବି

ନର୍କକୁ ଗଲାପରେ 

ସେଠିକାର ବିଚାର ସଭାରେ 

ସଙ୍କୋଚ କରୁଥିବ

ମୋ ପାଖରେ ଲଗାଲଗି ହୋଇ

ଚେୟାରରେ ବସିବାକୁ

ମୋ କାନରେ 

ଫୁସ ଫୁସ କହୁଥିବ

କେହି ତ ଜଣେ 

ଗୁପ୍ତଚର ଥିବ ଏଠି ନିଶ୍ଚୟ

ଯିଏ ଏଠୁଁ ସିଧା ଫୋନ କରି 

ଅବିଳମ୍ବେ ଜଣାଇ ଦେବ

ଏ ଅବୈଧ ମିଳା ମିଶା କଥା

ମର୍ତ୍ତ୍ୟରେ ତୁମ ଶତ୍ରୁ ମାନଙ୍କୁ 

ଯେଉଁ ମାନେ 

ନିତି ନିତି 

ନୂଆ ଛବି ଆଙ୍କୁ ଥାଆନ୍ତି  

ତୁମ ଚରିତ୍ରକୁ ନେଇ ।

ଭବିଷ୍ୟତର ସ୍ୱପ୍ନ ଦେଖିବା

ମନା ଏଠି

କେବଳ ଯାହା 

ଅନୁଭବ କରିବାକୁ ଚେଷ୍ଟା କରେ

ତୁମର ଅତୀତକୁ

ଏଠି ମୁଁ 

ତୁମ ଆଖିରେ ଦେଖେ

ତୁମ ଇତିହାସ

ହର୍ଷିତା ଚଉଠି ରାତିର 

ଦଂଶିତ ଓଠ 

ଓଢଣୀ ତଳର ଲାଜ ସର ସର

କାତର ମୁହଁ

ଲିଭି ସାରିଥିବା

ହୋମାଗ୍ନିର ଧୂଆଁ

ଆଉ ଗୋଟି ଗୋଟି 

ଭଙ୍ଗା ସ୍ୱପ୍ନ ।

ହଁ, ଭଲ ଲାଗୁଛି ଏ ଭୁଲ !

ଏଠି ବର୍ତ୍ତମାନ 

କେବଳ ବର୍ତ୍ତମାନ ହିଁ ସବୁକିଛି

ଯେଉଁଠି ନିରୁଦ୍ଦିଷ୍ଟ 

ଆମେ ଦୁଇ ଜଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance