STORYMIRROR

Prabhanjana Tripathy

Fantasy Others

4  

Prabhanjana Tripathy

Fantasy Others

ଭଲ ଲାଗେ

ଭଲ ଲାଗେ

1 min
286


ଭଲ ଲାଗେ ମତେ,

ଭଲ ଲାଗେ ମତେ ଶୁଖିଲା ପତର,

ଭଲ ଲାଗେ ମତେ ଶୁଖିଲା ଡାଳ,

ଭଲ ଲାଗେ ମତେ ,

ଅନ୍ଧକାର ପୃଥୀ,

ଭିନ୍ନ ଆକାଶ ଏକୁଟିଆ ବେଳେ,

ବାଦଲ ଖେଳ ll


ଭଲ ଲାଗେ ମତେ

ପଥୁରିଲା ରାସ୍ତା,କଣ୍ଟକ ମୟ ଅବାଟ ବାଟ,

ଭଲ ଲାଗେ ମତେ,

ଉତ୍ତର ନ ଥିବା ପ୍ରଶ୍ନ ଖୋଜାର,

ପଣ୍ଡିତ ଥାଟ ll


ଭଲ ଲାଗେ ମତେ

ବିନା ଧର୍ଯ୍ୟରେ ମୃତ୍ୟୁକୁ ମୁହଁ କରି ରହିବା,

ଭଲ ଲାଗେ ମତେ,

ବିନା ଲାଳସାରେ,ସମ୍ପର୍କ ଉଜାଡ଼ି ହୃଦୟ ଦେବା ll


ଭଲ ଲାଗେ ମତେ,

ଆତ୍ମବିଶ୍ୱାସ ବିନା ଦ୍ଵନ୍ଦରେ ପରକୁ ଦେବା,

ଭଲ ଲାଗେ ମତେ,

ବିଶ୍ୱାସ ହୀନ ,ମାନବ ସେବାରେ,

ଜୀବନ ଜାଗର ଜୀବନ ଦେବା ll


ଏଇଥି ପାଇଁ ତ ଭଲ ଲାଗେମତେ,

କବିର ହୃଦୟ ଜଗତ ଜିଣେ,

ତେଣୁକରୀ ମତେ ,ଭଲ ଲାଗଇ,

ବନ୍ଧୁ ବାନ୍ଧିବାକୁ କବିତା ପଣେ ll


ଏକ ମାଆ ପରି ,ଜନ୍ମ ଦେଇ ଜାଣେ,

ଏକ ଏକ ଛନ୍ଦେ କବିତା ଗଢ଼ି,

ଦଶମାସ ଗର୍ଭେ ସମ୍ଭାଳି ରଖି,

କବିତା ମଞ୍ଚ ରେ ଦିଏ ସେ ବାଢ଼ି ll


କେତେ କେତେ ରାତି ଉଜାଗର ରହି,

ବେଦନାକୁ ଧରି ,ଗର୍ଭ ସମ୍ଭାଳି,

ଲହ ଲହ ଜ୍ୱାଳା ଅଙ୍ଗାରେ ଚାଲି,

ସଂସାର ହୀତ ରେ ଦିଏ ସେ ଢ଼ାଳି ll


ତେଣୁ ଭଲ ଲାଗେ,ମତେ

ଭାବନା ସ୍ବପ୍ନେ ଯିବାକୁ,

ନିଜହୃଦୟର ଭାବନା ସାଉଁଟି,

ଶୁଖିଲା ପତର,

ଶୁଖିଲା ଡାଳ,

ଆଉ ଅନ୍ଧକାର ମୟ ଆକାଶ ତଳେ,

ନିଜକୁ ସମର୍ପି ଦେବାକୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy