ଭଲ ଚିନ୍ତା ଭଲଭାବନା
ଭଲ ଚିନ୍ତା ଭଲଭାବନା
ନକାରାତ୍ମକ ଚିନ୍ତାଆଣେ,ସଦା ମନେ ବିକୃତି
ତାହାରି ବଳରେ ବିନାଶ ହୁଏ ସବୁ ସୁକୃତି।୧।
ଦୁଶ୍ଚିନ୍ତା, ବିକୃତ ଭାବନା, ମନେ କଲେ ରାଜୁତି
ଦୁଃଖ ଦୁର୍ଦ୍ଦଶା ମାନ ଆସି,ଜମା ନମିଳେ ଶାନ୍ତି।୨।
ତାହାରି ବଳରେ ହୁଅଇ ଆପେ ଅସ୍ଥିର ଚିତ୍ତ
ସୁଖ ଶାନ୍ତି ବିନା ଦୁଃଖରେ,କରେ କାଳାତିପାତ।୩।
ନକାରାତ୍ମକ ଭାବ ଯେତେ, ଯେବେ କର ବର୍ଜନ,
ସେହିକ୍ଷଣି ଦିବ୍ୟଗୁଣରେ, ନିଶ୍ଚେ ହେବ ଭୂଷଣ।୪।
ଭଲ ଚିନ୍ତା ଭଲ ଭାବନା ଭର ନିଜ ମନର
ସେହି ଗୁଣବଳେ ମିଳଇ ସୁଖ ଶାନ୍ତି ଅପାର।୫।
ସତ୍ ଚିନ୍ତା ସଦଭାବନା, ବଳେ ମହତ ଜନ
ସବୁରି ମଙ୍ଗଳ ମନାସି, ସଦା ଥାଏ ପ୍ରସନ୍ନ।୬।
ପର ଦୁଃଖେ ଦୁଃଖୀ ହୋଇବା,ପର ସୁଖରେ ସୁଖୀ
ପର ନିନ୍ଦା ଅପମାନକୁ, ସଦା ଦେବା ଉପେକ୍ଷି।୭।