ଭକ୍ତରାଜ ବିଶ୍ଵାବସୁ
ଭକ୍ତରାଜ ବିଶ୍ଵାବସୁ
ଭକ୍ତରାଜ ବିଶ୍ଵାବସୁ
===========
ଧନ୍ୟ ଧନ୍ୟ ବିଶ୍ଵାବସୁ ଭକତ ପ୍ରବର l
ଶବରପତି ବନରେ ଥିଲା ତୁମ୍ଭ ଘର ll
ନୀଳମଣି ବିଗ୍ରହଙ୍କୁ ପର୍ବତ ଗୁମ୍ଫାରେ l
ଗୁପ୍ତ ପୂଜା କରୁଥିଲ ନିର୍ମଳ ଭକ୍ତିରେ ll
ଦ୍ଵାପରଯୁଗେ କୃଷ୍ଣଙ୍କୁ ବିନ୍ଧି ତୀକ୍ଷ୍ଣଶର l
ଶରରେ ପ୍ରଭୁ ଚଳିଲେ ବଇକୁଣ୍ଠପୁର ll
ବରଦେଇଥିଲେ ହରି ଶୁଣ ତୁ ଭକତ l
ନିଧନେ ଆମ୍ଭର ତୁହି ନ ହୁଅ ବିବ୍ରତ ll
ବାଳିବଧ ସମୟରେ ଦେଇଥିଲି ବର l
କର୍ମ ଫଳ ଏହିତ ତୁ ଏହାକୁ ବିଚାର ll
ଦୁଃଖ କରନାହିଁ, କରନାହିଁ ଭକ୍ତ ତୁହି l
ନୀଳମଣି ବିଗ୍ରହକୁ ପୂଜାକର ନେଇ ll
ଏହା କହି ପ୍ରଭୁ ତହୁଁ ସ୍ଵସ୍ଥାନ ଚଳିଲେ l
ନୀଳମାଧବଙ୍କୁ ବିଶ୍ଵାବସୁ ପୂଜାକଲେ ll
ବନ ଫୁଲ ଫଳ କନ୍ଦ ପ୍ରସାଦ ଲଗାଇ l
ନିଭୃତ ଗିରିକନ୍ଦରେ କେହି ନଜାଣଇ ll
ଉତ୍କଳ ଅଇଲେ ପୁଣି ଦୂତ ବିଦ୍ୟାପତି l
ଅତୀବ ଚତୁର ବିପ୍ର ଅବନ୍ତୀର ମନ୍ତ୍ରୀ ll
ତୁମ୍ଭରି କନ୍ୟା ଲଳିତା ସରଳ ସ୍ଵଭାବ l
ତାଙ୍କଠି ବସିଲା ତହୁଁ ବିପ୍ରଙ୍କର ଭାବ ll
ବିପ୍ରଙ୍କ ଚତୁରବାଣୀ ଲଳିତା ଭୁଲିଲେ l
ତାଙ୍କୁ ଧରି ମାଧବଙ୍କୁ ଦର୍ଶନ କରିଲେ ll
ଗୁପ୍ତବାସୁ ଅନ୍ତର୍ହିତ ହେଲେ ଭଗବାନ l
କାନ୍ଦିକାନ୍ଦି ଭକ୍ତବର ବିସର୍ଜିଲେ ପ୍ରାଣ ll
ମହାରାଜ ଇନ୍ଦ୍ରଦ୍ୟୁମ୍ନ ବଡ଼ ତପ କଲେ l
ଚତୁର୍ଦ୍ଧାମୂରତି ତହୁଁ ଆବିର୍ଭୁତ ହେଲେ ll
ବଡ଼ ଦେଉଳରେ ଥାପି ଚତୁର୍ଦ୍ଧା ମୂରତି l
ଇନ୍ଦ୍ରଦ୍ୟୁମ୍ନ ରଖିଗଲେ ଅକ୍ଷୟ କୀରତି ll
ଲଳିତା ଶବର କନ୍ୟା ବିପ୍ର ବିଦ୍ୟାପତି l
ଦଇତାପତି ତାଙ୍କର ସନ୍ତାନ ବୋଲାନ୍ତି ll
ମନପ୍ରାଣ ତାଙ୍କ ସଦା ପ୍ରଭୁଙ୍କ ପୟରେ l
ସେବକପଣ ତାଙ୍କର କିଏ କଳିବରେ ll
ଧନ୍ୟ ତୁମ୍ଭେ ବିଶ୍ୱାବସୁ, ଭକତ ପ୍ରବର l
ତୁମ୍ଭେ ତ ଆଦିସେବକ ମହାପ୍ରଭୁଙ୍କର ll
କାଳ କାଳ ପାଇଁ ଭକ୍ତ ରଖି ଗଲ ଯଶ l
ଭକ୍ତରାଜ ବିଶ୍ଵାବସୁ, ଯଶଶ୍ଵୀ ପୁରୁଷ ll
ଜୟ ଜୟ ଜଗନ୍ନାଥ ନୀଳାଦ୍ରୀ ମଣ୍ଡନ l
ନୀଳ ଚକ୍ରେ ଉଡ଼ାଇଛ ପତିତପାବନ ll
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
