Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ଭକ୍ତିର କାଗଜ ଡଙ୍ଗା

ଭକ୍ତିର କାଗଜ ଡଙ୍ଗା

1 min
287



ବିଚ୍ଛନ୍ନାଚଳରେ ଘରଟି ମୋହର

ଜଗନ୍ନାଥ ପଦେ ଧ୍ୟାନ,

ଚରଣ ସେବାରେ ରହି ଅଛି ମନ

କିନ୍ତୁ କପଳଟି ହୀନ ।


ଯାଇ ପାରୁ ନାହିଁ ବଡ଼ଦେଉଳକୁ

ଅର୍ଥ ଶୂନ୍ୟ ପ୍ରଭୁ ମୁହିଁ 

ମୋହରେ ନ ପଡେ ଜଗନ୍ନାଥ ଡୋର

ହୀନ କପାଳିୟା ମୁହିଁ ।


କାଗଜ ଡଙ୍ଗା ଟି ନିର୍ମାଣ କରିଛି 

ଅତି ଯତ୍ନ କରି ମୁହିଁ,

ଜଗନ୍ନାଥ ମୂର୍ତ୍ତି କାଗଜେ ଅଙ୍କିତ

ପ୍ରେମ ଭକ୍ତି ଶ୍ରଦ୍ଧା ତହିଁ ।


ଧୁପ ଦୀପ ପୁଷ୍ପ ନୈବେଦ୍ୟ ତହିଁରେ

ଅତି ଯତ୍ନେ ରଖି ଅଛି,

ଭକ୍ତିର ସନ୍ଦେଶ ଚିଠିରେ ଲେଖିଛି

ଆଦରେ ପଢିବୁ ବାଛି ।


ବାଲ୍ୟକାଳ ଖେଳ କାଗଜ ଡଙ୍ଗାର

ମନେ ପଡ଼ି ଗଲା ସେହୁ

ସେହୁ ଖେଳ ଡଙ୍ଗା ନିର୍ମାଣ ଭକ୍ତିରେ

ଚରଣ ସେବିବ ସେହୁ ।


ଖଡ଼ଖାଇ ନଦୀ ପାଶରେ ଗାଆଁ ଟି

ଘର ରହି ଅଛି ମୋର

ତହରି ଭକ୍ତିରେ ଡଙ୍ଗା ଛାଡୁ ଅଛି

କୁଳେ ପହଞ୍ଚିବ ତୋର ।


କରିବୁ ସୁଦୟା ପ୍ରଭୁ ଜଗନ୍ନାଥ

ଶୁଣିବୁଟି ମୋର ଭକ୍ତି,

ଭକ୍ତି ମନେ ମୁହିଁ ନୈବେଦ୍ୟ ରଖିଛି

ଆଦର କରିବୁ ଭକ୍ତି ।


ଡଙ୍ଗା ନୂହେ ଏହୁ ଭକ୍ତିର ସନ୍ଦେଶ

ଭକ୍ତିରେ ମୁଁ ଛାଡୁ ଅଛି,

ବାଲ୍ୟ କାଳକଥା ମନରେ ରଖିଣ

କାଗଜ ଡଙ୍ଗା କରିଛି ।


ଭକ୍ତି ମୋର ପ୍ରଭୁ ଗ୍ରହଣ କରିବୁ

ତୋର କୁଳେ ଲାଗୁ ଡଙ୍ଗା

କରିବୁ ଗ୍ରହଣ ପୂଜାର ନୈବେଦ୍ୟ 

ପବିତ୍ର କରିବୁ ଡଙ୍କା ।


ବିଚ୍ଛନ୍ନାଚଳରେ ଘରଟି ମୋହର

ଜଗନ୍ନାଥ ପଦେ ଧ୍ୟାନ,

ଚରଣ ସେବାରେ ରହି ଅଛି ମନ

କିନ୍ତୁ କପଳଟି ହୀନ ।


Rate this content
Log in

Similar oriya poem from Tragedy