STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ଭକ୍ତି

ଭକ୍ତି

1 min
263


ଭକତିର ବନ୍ଧା ସେ ତ ପ୍ରଭୁ ନାରାୟଣ

ଏକଥାକୁ ମନେ ରଖିଥିବ ନର ଗଣ

ବିଭୁ ପ୍ରେମେ ମଗ୍ନ ହୋଇ କରିନିଅ ପଣ

ଗାଇବ ଆନନ୍ଦେ ସଦା ତାଙ୍କରି ଜଣାଣ।


ଶ୍ରବଣ, କୀର୍ତ୍ତନ, ସ୍ମରଣ ସାଥେ ପୂଜନ

ବନ୍ଦନ, ଦାସ୍ୟ ଭାବନାରେ ପଦ ସେବନ

ସଖ୍ୟ ଭାବ ନେଇ କଲେ ଆତ୍ମ ନିବେଦନ

ସନ୍ତୁଷ୍ଟ ହୋଇଥାନ୍ତି ସେ ମଦନମୋହନ।


ଭକ୍ତି ଭାବରେ ଡାକିଲା ଦାସିଆ ବାଉରୀ

ଶ୍ରୀଫଳକୁ ନେଲେ ପ୍ରଭୁ ଭୁଜକୁ ପ୍ରସାରି

ସମର୍ପିତ ଭାବ ନେଇ ପୂଜିଲା ଶବରୀ

ତା' ଠାରୁ କୋଳି ଗ୍ରହଣ କରିଲେ ଶ୍ରୀହରି।


ଭକ୍ତିରେ ନିହିତ ରହିଛି ଅମାପ ଶକ୍ତି

ଭବ ଜଳୁ ଦେଇଥାଏ ସେହି ଏକା ମୁକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational