ଭକ୍ତ ହୃଦୟ ଯା ଘର
ଭକ୍ତ ହୃଦୟ ଯା ଘର
ଘେନ ନିବେଦନ ଆହେ ଯୋଗାତ୍ମନ
ସାହା ହୁଅ ନରୋତ୍ତମ
ଯୋଗ ଅଭ୍ୟାସନେ ପ୍ରାଣାୟମାସନେ
ବିତି ଯାଉ ଏ ଜୀବନ
ସଦା ଧ୍ୟାୟୀ ପ୍ରଭୁ ତୁମ ନାମ ।
ପୂରକ, କୁମ୍ଭକ, ରେଚକ ବାୟୁ ଯେ
ଶୋଧି ଚିନ୍ତେ ଭଗବାନ
ଅନାଥର ନାଥ ନୀଳଗିରି ନାଥ
ସଦା ପରମ କାରଣ
ଅନାଦି, ଅନନ୍ତ ଆହେ ଶୋଭାବନ୍ତ
ପଦ୍ମ ପ୍ରାୟ ଯା ନୟନ ।
ଶ୍ରୀ ବତ୍ସର ଚିହ୍ନ ବକ୍ଷ ସ୍ଥଳେ ଯାର
ଉପମା ନୁହେଁ ବଖାଣି
ସରି ସରି ଦେହେ ମୁକୁତାର ଝରା
କଣ୍ଠେ କଉସ୍ତୁଭ ମଣି
ଶଙ୍ଖ, ଚକ୍ର, ଗଦା,ପଦ୍ମ ଯାର କରେ
କଟିରେ ପିତ ବସନ ।
ରତନ ନୁପୁର ପାଦେ ଶୋହେ ଯାର
ହୃଦୟେ ଅମୁଲ୍ୟ ହାର.
କଟି ଦେଶେ ଯାର କାଞ୍ଚି ମନୋହର
ଭକ୍ତ ହୃଦୟ ଯା ଘର
ଗଳେ ବନମାଳ ଘେନ ଭକ୍ତି ମୋର
ମଧୁ ଭୋଳେ ମତ୍ତ ଭ୍ରମ ।
