STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ଭକ୍ତ ବିଲ୍ୱମଙ୍ଗଳ

ଭକ୍ତ ବିଲ୍ୱମଙ୍ଗଳ

1 min
209

ଭାଗ - ୯

ହେ ଆନନ୍ଦ ମୟ କୋଟି ବୃତ୍ତେ

କବୟିତ୍ରୀ ପ୍ରଭାତୀ ମହାପାତ୍ର


ହେ ବିମଳା କର ମୋତେ ହୃଦୟେ ସୁଦୟା

ଗୁହାରି କରୁଛି ଶୁଣ ବଣିକର ଜାୟା

ଛୁଞ୍ଚି ଆଣ ଗୋ ବହନ

ଏତିକି କରୁଣା କରି ତୋଷ ମୋର ମନ । ୧


ନିଶି ବୋଳା ଅନ୍ଧକାରେ ମୁଁ ତୁମ ସଂଗିନୀ

ମିଳନ ସଂଯୋଗ ଭୂଲି କର ଆନମନୀ

ମୁଁ ଯେ ତୁମ ଆଜ୍ଞାକାରୀ 

ଛୁଞ୍ଚି ଆଣି ତୁମ ପାଶେ ଆସିଛି ଗୋ ଫେରି । ୨


ଏଇ ନିଅ ବେନି ଛୁଞ୍ଚି ହେ ସାଧୁ ଗୋସାଇଁ

ତୁମରି ହସ୍ତରୁ ବିଦ୍ଧ ମୁଁ ରହିଛି ଚାହିଁ

ଏ କି ନିଷ୍ଠୁର ଆଦେଶ

କାହିଁକି ପାପକୁ ଟାଣି ବଢାଉଛ ତ୍ରାସ ।୩


ମୋ କଥାକୁ ନମାନିଲେ ହେବ ଧର୍ମ ଦ୍ରୋହୀ

ନରକେ ପଡ଼ିବ ପ୍ରାଣ ନଛୁଇଁବେ କେହି

ଆଜ୍ଞା କରୁଛି ପାଳନ

ଦେଖ ମୁହିଁ ବିଦ୍ଧ କଲି ତୁମରି ନୟନ ।୪


କି ଅପୂର୍ବ ଶାନ୍ତି ଆଜ ଦିବ୍ୟ ଦୃଷ୍ଟି ପ୍ରାପ୍ତି

ଚଉଦିଗ ଦିଶେ ଖାଲି ଶ୍ରୀକୃଷ୍ଣଙ୍କ ଜ୍ୟୋତି

ଏତେ ରକତର ସ୍ରାବେ

କେମିତି ହେ ସାଧୁ ତୁମ ପ୍ରଭୁ ଭକ୍ତି ଭାବେ ।୫


ବିଦାୟ ଦିଅ ଗୋ ମୋତେ ଯିବି ବୃନ୍ଦାବନ

ଦର୍ଶନ କରିବି ମୁହିଁ ଯଶୋଦା ନନ୍ଦନ 

ଘନ ତମ ଅନ୍ଧକାରେ

କିପରି ଚଳିବ ଦ୍ଵିଜ ବିନା ନୟନରେ ।୬


ବାହାର ଦରଜା ଯାଏ ମୋତେ ଦିଅ ଛାଡି

ପ୍ରଭୁ ନାମ ନେଲେ ପଥ ଯିବି ନାହିଁ ହୁଡି

ଆସ ଅତିଥି ଗୋସାଇଁ

ପଥ କୁସୁମିତେ ସାହା ହୁଅନ୍ତୁ କହ୍ନେଇ ।୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance