STORYMIRROR

Suresh chandra Padhy

Classics Others

2  

Suresh chandra Padhy

Classics Others

ଭଜନ,ଭଜରେ

ଭଜନ,ଭଜରେ

1 min
101


ଭଜରେ ଶ୍ରୀ ରାଧା କୃଷ୍ଣ ନାମକୁ

ଜପରେ ଜୟ ସୀତା ରାମ ଚନ୍ଦ୍ରଙ୍କୁ

ଯେଉଁ ନାମ ପାଇ ,ପଥର ବି ତରଇ

କଳି ଯୁଗେ ନିଅ ସେଇ ନାମକୁ


ରାଧା ନାମ ନେଲେ ସବୁ ବାଧା ତୋର ହୋଇ ଯିବରେ ଦୂର

ରାଧା ନାମ ଛାଡି ସଂସାର କୁ ଭଜୁ

କେମିତି ହେବୁ ରେ ପାର


ଭଜରେ ମନ ମୋହନ ଶ୍ୟାମଙ୍କୁ

ଜପରେ ଅହଲ୍ୟା ତାରଣ ରାମଙ୍କୁ

ଯା ପାଦ ବାଜି ଅହଲ୍ୟା ତରିଲା ,

ଯା ବେଣୁ ଶୁଣି ଗୋପୀ ତ ନାଚିଲା

  ଡାକ ସେଇ ରାମ ଶ୍ୟାମ ଙ୍କୁ


ବିଷୟ ବିକରେ ମନକୁ ଲଗାଇ

ଗିତା ଭାଗବତ ଦେଲୁରେ ହଜାଇ

ଅନ୍ୟାୟ ଅନୀତି ନୀତି ତୁ କରିଲୁ

ମଣିଷ ହୋଇ ତୁ ଧର୍ମକୁ ଛାଡିଲୁ


ଭଜରେ ଗୋପାଳ ଗିରିଧାରିଙ୍କୁ

ଜପରେ ରାଜୀବ ଲୋଚନ ରାମଙ୍କୁ

ଯା ପ୍ରେମ ପାଇ ମୀରା ଯୋଗିନୀ ହେଲେ

ସଵାରୀ ଯା ପ୍ରେମେ କୋଳି ଖୁଆଇଲେ

ତୁଣ୍ଡେ ନିଅ ମହାମନ୍ତ୍ର କୁ


ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ ରାମ ରାମ 

ହରେ ହରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics