STORYMIRROR

Sandhya Rani Panigrahy

Inspirational

3  

Sandhya Rani Panigrahy

Inspirational

ବହିର ବୁଦ୍ଧି

ବହିର ବୁଦ୍ଧି

1 min
212


ପାଠୁଆ ତୁମେ ବୁଦ୍ଧିଆ

ବହି ପଢି ରାତିଅଧିଆ

ବହି ପାଠର ସାଥିରେ

ମାର୍କ ପାଇଁ ଘୋଡାଦୌଡରେ

ଝଗଡା ଝାଟି ଆଗଧାଡିଆ

ସାଙ୍ଗ ସହିତ ମଧ୍ୟ ଯୁଦ୍ଧ ଡାକରା

ପଛଧାଡିଏ ବହିକୁ ଛାଡି ଗପର ଝାମେଲା

ସାଥିରେ ନଥାଉ ବହି ଭାବର ଗୋଳ ଜମିଲା

ବହିଟା ଘୋଷା ପରୀକ୍ଷା ବେଳେ

ଜୀବନ ସାରା ରହେନା କାଳେ

ତଥାପି ସାଥି ବୁଦ୍ଧିଜୀବୀର

ଡାକ୍ତର କି ଇଂଜିନିୟର ବା ଆଇନଜୀବୀର

ଜୀବନ ପୁଣି ବହିଟିଏ ସୁନ୍ଦର ମଲାଟ ଦିଆ

ଯେତେ ଓଲଟାଅ ନୂଆଛବି ଏ ସୂଚୀପତ୍ର ନୂଆ

କୋରାନ୍ କୁହ ବା ଭାଗବତ ଗୀତା ବା ବାଇବଲ୍

ସବୁ ଭିତରେ ଏକ ଭଗବାନ ଓଁ କାର ବୁଝେଇଲ

କ ଝଗଡା କେତେ ଯେ ଧ୍ବଂସ ଜୀବନ ପଡେ ବଳି

ବହିଟା ପଢି ବୁଝେନା କିଛି ଲଗାଏ ଯେତେ କଳି

ସତ ବୁଝେନା ମାନେନା ମନ ଏ ଯୁକ୍ତିତର୍କ ଥମେନା

ବହି ବହିର ଯୁଦ୍ଧ ଏ ନୁହଁ ମଣିଷ ମନର ଭାବନା

ଯେତେକ ପ୍ରଜ୍ଞାନ ହୁଏ ଲେଖା ଯଦି ବହିରେ

ଜୀବନ ପୁଣି ଶିଖାଏ କିଛି ଅସୀମିତ ପୃଷ୍ଟାରେ

ସମୁଦ୍ର ପରି ଅସୀମ ଶକ୍ତି ତା ଅସୁମାରି

ଧୋକା ଦିଏନା ବୁଦ୍ଧିମାନୀର ବହି ଚିରସାଥି

ପଢିବ ବହି ବଢିବ ଆଗକୁ ସେ ସଖା ଜୀବନର

ସେ ଶିକ୍ଷକ ଛାତ୍ର ଜଗତେ ଯିଏ ପାରିଲା କରି ନିଜର

ଚିର ସବୁଜ ନିତ୍ୟ ସୌନ୍ଦର୍ଯ୍ୟ ବାର୍ଦ୍ଧକ୍ଯ ଧାରେ ଆସେନା

ଚତୁରେ ଚାତୁରୀରେ ମନ ନିଏ ମୋହି ଧରା ପଡେନା

ବହିର କାୟା ତାର ମାମଲା ଫେଲ୍ ପିଲାକୁ ଥରେ ପଚାର

ପରିଣାମ ଭୋଗେ ମାୟାମୋହର ବନ୍ଧନରେ ନ ବାନ୍ଧିବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational