STORYMIRROR

CHITTARANJAN DEHURY

Classics Inspirational

3  

CHITTARANJAN DEHURY

Classics Inspirational

ଭିନ୍ନ ଏକ ଉଦୟରାଗ

ଭିନ୍ନ ଏକ ଉଦୟରାଗ

1 min
224


ପରାଜିତ ପଣେ ଦ୍ୟୁତକ୍ରୀଡ଼ା ରଣେ ହରେଇ ପାଞ୍ଚାଳ ଜେମା

ପରାୟତ ମୁଖେ ଚତୁଃସ୍ତମ୍ଭ ସମ୍ମୁଖେ ଧର୍ମରାଜ୍ୟେ କାଳିମା ।

ପ୍ରତିପତ୍ତି ଲୋଭେ ପ୍ରାଚୁର୍ଯ୍ୟ ବିଭବେ ସଭାସଦ ମଥାନତ

ପ୍ରତିରୋଧହୀନ  ବାତ୍ସଲ୍ୟ  ବନ୍ଧନ  କ୍ଷତିପୂରଣ  ଯାଚିତ ।।


ପ୍ରତିଶୋଧ ପଣେ କୁରୁକ୍ଷେତ୍ର ରଣେ ଉପାଡ଼ିବି ବାହୁ ଦ୍ବୟ

ପୌରୁଷତ୍ୱ ଗୁଣ ଦେଖିବ ଭୁବନ କ୍ରୋଧେ ଭାଷଇ କୌନ୍ତେୟ ପ୍ରଚଣ୍ଡ ଗର୍ଜନେ ଉତ୍କ୍ଷିପ୍ତ ବଚନେ ପୁନର୍ବାର କରେ ପଣ

ପ୍ରହାରେ ପାଷାଣ କରିଦେବି ଚୂର୍ଣ୍ଣ ଜାନୁ ତୋର ଦୁର୍ଯ୍ୟୋଧନ ।।


ପଂକ୍ତି ପରେ ପଂକ୍ତି ହୋଇଲେ ସ୍ୱର୍ଗତି ବିଭୀଷିକା ଗଲା ଛାଇ

ପ୍ରତିଟି ପୃଷ୍ଠାରେ ଇତିହାସ ଧାରେ ପ୍ରବାହିତେ  ରକ୍ତନଈ ।

ପ୍ରଭାବବିହୀନ ହୋଇ ଦୁଃଶାସନ ରଣାଙ୍ଗନେ ମୂର୍ଚ୍ଛାଗତ

ପଶୁତା ପ୍ରମାଣେ ବକ୍ଷ ବିଦାରଣେ କରେ କୃଷ୍ଣା କେଶ ଧୌତ ।।


ପଲ୍ଲବିତ ସୂର୍ଯ୍ୟ ଆଞ୍ଜୁଳାଏ ଶୌର୍ଯ୍ୟ ଉପହାରେ ହେଲେ ଉଭା

ପ୍ରତିପାଦ୍ୟ ବାର୍ତ୍ତା  କଳୁଷିତ ହର୍ତ୍ତା ଉଦୟରାଗର  ଆଭା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics