STORYMIRROR

PRABINA KU, KHADANGA

Tragedy

4  

PRABINA KU, KHADANGA

Tragedy

ଭିକାରି

ଭିକାରି

1 min
463

ପାପ କରେ ଆଜି ପାପୀ ସାଜିଅଛି

ପେଟ ଚାଖଣ୍ଡକ ପାଇଁ

ପେଟ ଲାଗି ଆଜି ଗାଁ ଗାଁ ବୁଲଇ

ଆଧାର ଦି ମୁଠା ପାଇଁ ।

କେହି କୁହେ ଭିକାରୀ କଳଙ୍କର ଚିହ୍ନ

ତଥାପି ଦ୍ୱେଷ ମନେ ନାହିଁ

ମୁଣ୍ଡ ପୋତି ସବୁ ସହିଯାଏ ନୀତି 

ନିଜର ବୋଲି କେହି ନାଇଁ ।

କେବେ ଖୋଜିବୁଲେ ଡଷ୍ଟବିନ୍ ଡବା

କେବେ ଖୋଜେ ଭୋଜି ଦେଶେ

ନିନ୍ଦିତ ହୁଏ ଛି ଛାକର ଶୁଣେ ତଥାପି

ସବୁଠି ପେଟ ଚାଖଣ୍ଡକ ଦିଶେ ।

ମନିଷପଣିଆ ଭୁଲିଯାଇଛି ଜଗତ

କାହାପାଖେ ନାହିଁ ଦୟା ଭାବ

ନିଜ ଲୋକ ଯେବେ ଅଣଦେଖା କରେ

ଭିକାରୀ ବୋଲି ଶୁଣେ ଡାକ ।

ଜୀବନ ଅନେକ ଅର୍ଥର ପରିମାଣ

କେବେ ଆଶା କେବେ ନିରାଶା

ପ୍ରତାରିତ ଛବି ସବୁଠାରେ ଦିଶେ

ନାହିଁ ଯଦି କେହି ଭରଷା ।


Rate this content
Log in

Similar oriya poem from Tragedy