STORYMIRROR

Sandhya Rani Panigrahy

Romance Tragedy

3  

Sandhya Rani Panigrahy

Romance Tragedy

ଭିଜିବା ସମ୍ପର୍କରେ ହଜିଥିବା ପ୍ରେମ

ଭିଜିବା ସମ୍ପର୍କରେ ହଜିଥିବା ପ୍ରେମ

1 min
272


ଶବ୍ଦ ଅକାରଣରେ ଭିଜିଲା

ସବୁ ହୃଦୟ ଭିତରେ ଥିଲା

କେତେବେଳେ ବି ଅଜଣାତରେ

ବାହାରକୁ ଏଭାବ ନ ଆସିଲା

ସେ ସେମିତି ରହିଲା

ଖୁବ୍ ନିଜେ ହଜିଲା

ମୁଁ ବୋଧେ ମାଗି ପାରିଲିନି

ମାଗିବା ବୋଧେ ଠିକ୍ ହେଲାନି

କ୍ଷତ ଚିହ୍ନର କ୍ଷତି ଭରଣା କରିବାକୁ

ତୁନି ତୁନି କହେ କଥା ଓ ବ୍ୟଥାକୁ

ବୁଝିପାରନ୍ତି ଯଦି ମୁଁ ଭାବ ବିକାର

ଶିକାର ପ୍ରେମରେ ଧନୀ ପ୍ରେମିକାର

ନିରେଖି ଚାହାଁ ତାର ମୋ ମରମରେ

କିଛି ମାଗିଲାନି ସତରେ ସେ ଅନ୍ତରରେ

ସବୁ ମାନସିକ ମନାସି ଥିଲି ଏକାଥରେ

ମିଳିଗଲା ସତରେ ସବୁ କିଛି ଜୀବନରେ

ଅବା ଯାହା ମାଗିନଥିଲି ମିଳିଗଲା ଅନାୟସରେ

ଅପବାଦର କଳା ସମ୍ବାଳି ନେଲି ଏଥର ମଥାରେ

ମାଗିବାଟାରେ ବୋଧେହୁଏ ଅଧିକା କ୍ଷତି ହେଲା

ମାଗିବା ପରଦିନ ହିଁ ମୋ ଚେତା ଆସିଲା

ସଂଶୋଧନ କରିବା ଠିକ୍ ହେବ ଭାବିଲି

ଯୁକ୍ତ ଯୁକ୍ତିରୁ ବିଯୁକ୍ତାତ୍ମକ ଚିହ୍ନ ବାଛିଲି

ଏବେ ଭାବୁଛି ମୁଁ ସୂତ୍ର ବଦଳାଇଲି ଆଗରୁ

ଗଣିତ ଖାତାର ଭୂଲ ଉତ୍ତର ଆସିବା ପୂର୍ବରୁ

ମୋ ହାତରେ ଫୁଲର କଢ଼ି ଥିଲା ଅନୁଢା

ବାସନାଭରା ମହକ ଛୁଆଁ ମହଣ ମହଣେ

ପବନରେ ଥିଲା ନିଶାର ବେଳ ଅବେଳରେ

ମାଟିର ବି ପବନର ନିଆରା ମହକ

ଏ ଥିଲା ବୁଝିବାର ସ୍ବତନ୍ତ୍ର ପରିଚୟର ଭାବ

ବଦମାସୀଆ ଦୀଲ୍ ବଦଳିଗଲା ଏକାଥରରେ

ମୋ ଧାରାରେ ବେଳ ଗଡିଗଲା ସ୍ବଢଙ୍ଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance