STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଭିଜାମାଟି

ଭିଜାମାଟି

1 min
241

ଅଦିନିଆ ବର୍ଷା ଭିଜାମାଟି ବାସ୍ନା

ଦାମୀ ଅତରଠୁ ବେଶୀ

ବର୍ଷା ପରେ ମାଟି ମହକି ଉଠେଟି

ଦାମୀ ଧୁପ ଠାରୁ ବେଶୀ।


ଖରା ପରେ ହୁଏ ଝିପିଝିପି ବର୍ଷା

ମାଟି ଭିଜି ଯାଏ ଯହିଁ

ମାଟି ଗନ୍ଧ ତହିଁ କସ୍ତୁରୀଠୁ ବେଶି

ସୁଗନ୍ଧ ଦିଏଟି ତହିଁ।୨।


ଏପରି ସଂଯୋଗ କେଉଁ ସମୟରେ

ଖରାରେ ତପ୍ତ ଧରଣୀ,

ଝିପିଝିପି ବର୍ଷା ସେ ସମୟେ ହୁଏ

କରେ ସୁଗନ୍ଧ ଧରଣୀ।୩।


ପବିତ୍ର ଗନ୍ଧ ସେ ଈଶ୍ୱରୀୟ ଗନ୍ଧ

ନାହିଁ ପଟାନ୍ତର ତାର,

ଗନ୍ଧ ସବୁ ହୁଏ ନିମ୍ନ ତାହା ଠାରୁ

ଅପୂର୍ବ ଗନ୍ଧଟି ତାର।୪।


ମାଟିକୁ ଭିଜାଇ ଦଳୁଥାଏ ମାଟି

ଅତି ଯତ୍ନ କରି ତାକୁ,

ସେ ମାଟିରୁ ଗଢେ ମାଟିର ସାମାନ

କୁମ୍ଭକାର ନିତ୍ୟେ ତାକୁ।୫।


ଜନ ସମୁଦାୟ ମାଟିକୁ ଭିଜାଇ

ଦଳୁଥାନ୍ତି ଯତ୍ନେ ମାଟି,

ଘର କାନ୍ଥ ହୁଏ ସେ ଭିଜା ମାଟିରେ

ଭିଜାଇ ଭିଜାଇ ମାଟି।୬।


ଭିଜାମାଟି ଦ୍ୱଆରା ଘର କାନ୍ଥ ହୁଏ

ଘରଟି ଦିଶେ ସୁନ୍ଦର,

ସେ ଘରେ ରହିବେ ଗୃହ ଜନ ତାର

ଭିଜାମାଟି ଦରକାର।୭।


ବର୍ଷା ଜଳ ଦ୍ୱାରା ମାଟି ଭିଜି ଯାଏ

କାଦୁଅରେ ସଲବଲ,

ଅତି ହିଁ କଠିନ ଚାଲିବାର ପାଇଁ

ଜୀବନଟି କଲବଲ।୮।


ଖେଳି ନ ପାରନ୍ତି ପିଲାମାନେ ତହିଁ

ଦେଉ ଥାନ୍ତି ରାବ ଜୋରରେ,

ଭିଜାମାଟି କରେ ଅଥୟ ତାହାଙ୍କୁ

କାନ୍ଦୁଥାନ୍ତି ଜୋରରେ ଜୋରରେ।୯।


ଅଦିନିଆ ବର୍ଷା ଭିଜାମାଟି ବାସ୍ନା

ଦାମୀ ଅତରଠୁ ବେଶୀ,

ବର୍ଷା ପରେ ମାଟି ମହକି ଉଠେଟି

ଦାମୀ ଧୁପ ଠାରୁ ବେଶୀ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational