STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

ଭିଜାମାଟି

ଭିଜାମାଟି

1 min
229


ଭିଜା ଭିଜା ଏଇମାଟି

ଭିଜା ତୁମ ଦେହ,

ଭିଜା ଭିଜା ଆଖି ତଳେ

ଅସରନ୍ତି ଲୁହ ।(୦)


ଆଜି ଏଇ ଲଗନରେ

ଆସ ଯିବା ବୁଲି,

ପୋଛିଦେଇ ଆଖିଲୁହ

ଯିବା ସବୁ ଭୁଲି ।

ଯେତେ ସବୁ ଅଭିମାନ

ଛାତି ତଳ କୋହ ।

ଭିଜା ଭିଜା........(୧)


ଲୁହ ଆଉ ଅଭିମାନ

ଗଛ ତଳ ଛାଇ,

ଦୀର୍ଘ ମାସ ବର୍ଷ ଦିନ

ପାରେନାହିଁ ରହି ।

ଯାଅନାହିଁ ଏକା ଏକା

ଆଉଟିକେ ରୁହ ।

ଭିଜା ଭିଜା.........( ୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance