ଭିଜାମାଟି
ଭିଜାମାଟି
ଭିଜା ଭିଜା ଏଇମାଟି
ଭିଜା ତୁମ ଦେହ,
ଭିଜା ଭିଜା ଆଖି ତଳେ
ଅସରନ୍ତି ଲୁହ ।(୦)
ଆଜି ଏଇ ଲଗନରେ
ଆସ ଯିବା ବୁଲି,
ପୋଛିଦେଇ ଆଖିଲୁହ
ଯିବା ସବୁ ଭୁଲି ।
ଯେତେ ସବୁ ଅଭିମାନ
ଛାତି ତଳ କୋହ ।
ଭିଜା ଭିଜା........(୧)
ଲୁହ ଆଉ ଅଭିମାନ
ଗଛ ତଳ ଛାଇ,
ଦୀର୍ଘ ମାସ ବର୍ଷ ଦିନ
ପାରେନାହିଁ ରହି ।
ଯାଅନାହିଁ ଏକା ଏକା
ଆଉଟିକେ ରୁହ ।
ଭିଜା ଭିଜା.........( ୨)