Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational Others

3  

Jayashree Maharana

Inspirational Others

ଭୀଷ୍ମ ଶପଥ

ଭୀଷ୍ମ ଶପଥ

1 min
224


ମାତୃଭୂମି ତୋର ଦାନ ଏ ଜୀବନ ଧମନୀରେ ତୋର ରକ୍ତ

ରଣ ପ୍ରାନ୍ତରରେ ବୁହାଇବୁ ଗର୍ବେ ରଖିବାକୁ ତୋତେ ମୁକ୍ତ 

କମାଣ ଗର୍ଜନେ ଉନ୍ମାଦ ପରାଣେ ଶୌର୍ଯ୍ୟ କରି ପ୍ରମାଣିତ

ଲଢ଼ିବୁ ଦମ୍ଭରେ ଦୁର୍ବାର ବେଗରେ କରିବୁନି ମଥାନତ ।


ଦେଶପ୍ରୀତି ଭାବ ଅନ୍ତରେ ଅକ୍ଷତ ମନେ ଧୈର୍ଯ୍ୟ ଅସୀମିତ

ପ୍ରାଣ ଦେଇ ପ୍ରାଣ ନାଶିବାକୁ ବ୍ୟଗ୍ର ହେବୁନାହିଁ ଭୀତତ୍ରସ୍ତ

ସୀମା ତଟେ ସାଜି ସଜାଗ ପ୍ରହରୀ ସେବାରତ ଦିବାରାତ୍ର

ଜୀବନ ସାର୍ଥକ ମଣୁଛୁ ଜନନୀ ତୋର କୋଳେ ହୋଇ ଜାତ ।


ମଇତ୍ରୀ ମୁକୁଟ ପିନ୍ଧିଛୁ ମଥାରେ ସ୍ୱାଧୀନତା ଆମ ମନ୍ତ୍ର

ଜୟହିନ୍ଦ ଧ୍ୱନି ତୁଣ୍ଡେ ଉଚ୍ଚାରୁଛୁ ଯୋଦ୍ଧା ସର୍ବେ ଅବିରତ

ତ୍ରିରଙ୍ଗା ଆମର ଜାତିର ସମ୍ମାନ ଶାନ୍ତି ପ୍ରଗତିର ଅସ୍ତ୍ର

ପତିତ ହେବାକୁ ଦେବୁନାହିଁ ଜମା ହସ୍ତ କରିଦେଇ ଶକ୍ତ ।


ଚୂର୍ଣ୍ଣ କରିଦେଇ ଶତ୍ରୁର ଦର୍ପକୁ ଗାଇବୁ ତୋ ଜୟଗୀତ

ଗୌରବ ଗାରିମା ଅକ୍ଷୁଣ୍ଣ ରଖିବୁ ନେଇଛୁ ଭୀଷ୍ମ ଶପଥ ।


Rate this content
Log in

Similar oriya poem from Inspirational