STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଭୀମକର୍ମା ଭୀମଭୋଇ

ଭୀମକର୍ମା ଭୀମଭୋଇ

1 min
115

 ସନ୍ଥ କବି ଆମ ଗୌରବ

ମିଳିତ ଜାତିସଂଘ କକ୍ଷ କାନ୍ଥରେ ଲେଖା ଅଛି ଯାହା ବାଣୀ

ମହିମା ଧର୍ମର ମହା ପ୍ରଚାରକ ଓଡିଶା ମଉଡମଣି। 


ମହିମା ଗୋସାଇଁ ନିରାକାର ରୂପ ବିଭୁଙ୍କର ପ୍ରଚାରିଲେ

ବେଦ ବିରୋଧରେ ଅଭିଯାନ କରି ନିରଞ୍ଜନ ପୂଜା କଲେ।


ଅଠରଶ ପଚାଶ ସୁବର୍ଣ୍ଣପୁରର ଜଟାସିଂହା ଗ୍ରାମ ଠାରେ

ଅଦ୍ଭୁତ ବାଳକ କନ୍ଧ ଘରେ ଜନ୍ମି ତାଙ୍କ ଶିଷ୍ୟବର ହେଲେ।


ପତ୍ନୀ ଅନ୍ନପୂର୍ଣା ସ୍ୱର୍ଣ୍ଣ ଗର୍ଭୁ ଦୁଇ ପୁତ୍ର କନ୍ୟା ଜନମିଲେ

କନ୍ୟାର ନାମ ଲାବଣ୍ୟବତୀ ପୁତ୍ର କପିଳେଶ୍ବର ବହିଲେ।


ମହିମା ଧର୍ମର ମରମ କଥାକୁ ବାଣୀ ରୂପ ଦେବା ଆଶେ

ବ୍ରହ୍ମ ନିରୂପଣ ଗୀତା ଗ୍ରନ୍ଥ ଲେଖି ନିର୍ବେଦ ସାଧା ପ୍ରକାଶେ।


ମହିମା ଧର୍ମର ମହାବେଦ ରୂପେ ସ୍ତୁତି ଚିନ୍ତାମଣି ଗ୍ରନ୍ଥ

ଗାଆଁ ଗାଆଁ ବୁଲି ପ୍ରଚାରେ ମାତିଲେ ସୁବର୍ଣ୍ଣପୁରର ସନ୍ଥ।


'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।'


ଜାତିସଂଘ କଲା ମାନ୍ୟତା ପ୍ରଦାନ ଓଡିଆ ପୁଅର କଥା

ଆପଣା ସୁଖକୁ ଜଳାଞ୍ଜଳି ଦେଇ କରେ କେ ଜଗତ ଚିନ୍ତା !


ମହାମନିଷୀ କେ ଦୀର୍ଘଜୀବୀ ନୁହେଁ ଏକଥା ପ୍ରମାଣ ଦେଇ

ଅଠରଶ ପଞ୍ଚାନବେ ମସିହାରେ ଛାଡିଲ ମରତ ଭୂଇଁ। 


ଖଲିଆପାଲିରେ ମନ୍ଦିର ତୁମର କରୁଅଛି ଗୁଣଗାନ

ଭୀମକର୍ମା ଭୀମଭୋଇ ନାମଟିଏ ବଢାଏ ମାଟିର ମାନ।

 


Rate this content
Log in

Similar oriya poem from Inspirational