STORYMIRROR

Sukanti Hotta

Abstract Inspirational

4  

Sukanti Hotta

Abstract Inspirational

ଭିଡ଼ନେବ ନୂଆମୋଡ

ଭିଡ଼ନେବ ନୂଆମୋଡ

1 min
336


ଯେତେ ବୁଝାଇଲେ ବୁଝୁ ନାହାନ୍ତି 


ରାସ୍ତାରେ ଲଗାନ୍ତି ଭିଡ଼ 


ଭିଡ଼ ଯୋଗୁଁ ପରା କରୋନାର ଭୟ 


ନେଇଯିବ ନୂଆ ମୋଡ 


ଦେଶର ଜନତା ଶିକ୍ଷିତ ହୋଇ 


ଅଶିକ୍ଷିତ ପରି ହୋଇ 


ଲକ ଡାଉନ ନିୟମ ମାନୁନାହାନ୍ତି 


ଦେଖାନ୍ତି କେତେ ଭାଉ 


ଚାଳ ନିଆଁ ପରି ହୁତହୁତ ଜଳି 


ସବୁ ପାଉଁଶ ହୋଇବ 


ପଛେ ଅନୁତାପ କଲେ କି ହେବ 


ସବୁ ସରି ଯାଇଥିବ 


ମହାମାରୀ ପରି କ୍ଷିପ୍ର ଗତିରେ 


ମାଡି ଆସୁଛି ଧାଇଁ 


ଘରେ ରହିକରି ନିୟମ ମାନିଲେ 


ସଂକ୍ରମଣ ହେବ ନାହିଁ l


*ସୁକାନ୍ତି ହୋତା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract