ଭିଡ଼ ବି ସୁନ୍ଦର
ଭିଡ଼ ବି ସୁନ୍ଦର


ହାଇୱରେ ଭାରି ଭିଡ ।
କଦଳୀ ବିକ୍ରିରେ ମଜା ନେଇକି
ହସି ହସି ବାହାରି ଆସେ ନକୁଳ ।
ଟ୍ରକ୍ ଦେଖି ବେପାରି ହେବାକୁ ଇଛା ହୁଏ ,
ବାଡ଼ି ର ଫଳ ବିକିବାକୁ ମନକୁହେ
ଜାମ୍ ଲାଗିଲେ
ସାଇକେଲ୍ ରେ ତେଲ ଦିଆହୁଏ ।
ଅଧା ପାଚିଲା କଦଳୀଗୁଡା
କାରବାଇଟ୍ ଖାଆନ୍ତି ।
ଟ୍ରକ୍ ଡ୍ରାଇଭର୍ ବି ଖାଆନ୍ତି ।
ଜାମ୍ ଫିଟିବା ଯାଏ।
ଭିଡ଼ ଭିତରୁ
ଗୋଟି ଗୋଟି ଗୁଣ୍ଡା ବାହାରନ୍ତି
ନକୁଳ ଡ଼ରେ,
ହେଲେ ଭଲ ବେପାର ହୁଏ।
ନକୁଳର ସାଇକେଲ୍,
ସାଇକେଲ୍ ରେ କୁଣ୍ଡ,
କୁଣ୍ଡରେ କଦଳୀ,
ସବୁ ଦିଏ ବଦଳି ।
ଆତ୍ମ ପ୍ରତୟର ମନୋବଳ
ତା ନା ନକୁଳ।