STORYMIRROR

Ranjan Kumar Brahma

Inspirational

4  

Ranjan Kumar Brahma

Inspirational

ବହି

ବହି

1 min
333


ଭଳିକି ଭଳି ଛବିକୁ ନେଇ

      ରଙ୍ଗ ବେରଙ୍ଗ ମଲାଟ ବହି

ଧରିଛି କେତେ କଥା ।


ନିଜର କରି ଗଢି ତୋଳାଏ

      ଜୀବନ ଆମ ଧନ୍ୟ କରାଏ

ତା' ଲାଗି ଟେକୁ ମଥା ।।୧।।


ମିତଠୁ ବଳି ପରଶ ଦିଏ 

    ରାଜାଠୁ ବଳି ସହାୟ ହୁଏ

ମାଆଠୁ ନୁହେଁ ଉଣା।


ପଣ୍ଡିତ ସଭାରେ ଜିଣିକି ଆସେ

    ବିପଦେ ଆପଦେ ସହାୟ ହୁଏ

ତା'ରି ଥିଲେ କରୁଣା ।।୨।।


ଅଜଣା ଅଚିହ୍ନା ବିଦ୍ୟା ସବୁ

     ବେଦ ପୁରାଣ ଉପନିଷଦକୁ

ରଖିଛି ଯେଉଁଠି ସଜାଇ ।


ଭାଷା ଗଣିତ ସାମାଜିକର

    ଚିତ୍ରାଙ୍କନ ଗଳ୍ପ ଇତିହାସର

ସମ୍ଭାର ଅଟେ ବହି ।।୩।।


ବଡ଼ଠୁ ବଡ଼ ଗୁଣରେ ବଡ଼

     ବିଶ୍ଵ ସମ ମହା ମହିମ

ଛୋଟ ଯେ ନୁହେଁ ହୀନ ।


ବିଚାର ସଦା ଉଚ୍ଚା ଆସନେ

    ସଭିଙ୍କୁ ତୋଳେ ପ୍ରୀତି ଭାଜନେ

ବତାଇ ବୁଦ୍ଧି ଜ୍ଞାନ ।।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational