STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ବହି

ବହି

1 min
338

ପାଖରେ ଥିଲେ ବହି

କେତେଯେ କେତେ ଖବର ସବୁ

ଦେବଟି ମତେ କହି

ଆମର ଯେତେ ପୁରଣକଥା

ପଢ଼ିବା ସବୁ ପୁରେଇ ମଥା

ରକେଟ ଯାଏ ଆକାଶେ ଧାଇଁ

ଜହ୍ନରାଇଜେ ପହଂଚି ଯାଇଁ

ସାତସାଗର ପାହାଡ଼ ନଈ

ପଢ଼ିଲେ ବସି ଦେବସେ କହି

ପାଖେ ରଖିବା ବହି

ବେଦ ବେଦାନ୍ତ ଗୀତାର କଥା

ପଢିଲେବସି ସୁଧୁରେ ମଥା

ବହିକରେନି କାହାର ହାନି

ଆଦର କରି ହୋଇବା ଜ୍ଞାନୀ

ଧନସମ୍ପତ୍ତି ନୁହେଁ ସେ ବଡ

ଜ୍ଞାନୀ ଲୋକଟି ଜିତଇ ଗଡ

ଭଳିକିଭଳି ପୁସ୍ତକ ପଢି

ବୁଦ୍ଧିବିବେକ ଯିବ ବି ବଢି

ପରଆପଣା ଭେଦନକରି

ବସୁଧା ପରିବାର ଟି ପରି

ସିଖେଇ ଦେବ ବହି

ଆକାଶ ପରି ଅସୀମ ମନ

ବତେଇଦେବ ରହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational