STORYMIRROR

Narendra Sahu

Inspirational Others

3  

Narendra Sahu

Inspirational Others

ବହି ପରା ଆମ ସାଥୀ

ବହି ପରା ଆମ ସାଥୀ

1 min
13.4K


କେତେ ଭଲ ଭଲ କଥା ଶିଖୁଅଛେ

ସକାଳରୁ ସଂଜ ନିତି,

ବାପା ମାଆ ପରି ଶିଖାଏ ସବୁରି

ଜଳାଇ ଜ୍ଞାନର ବତୀ,

ନିତି ନୂଆ ନୂଆ କଥାର ଦୁନିଆ

ଆଉ ଦୁନିଆର ଗତି,

ଦେଇଣ ଆଦର କରିବା ନିଜର

ବହିପରା ଆମ ସାଥୀ।୦।

ନ ବୁଝିଲେ କିଛି ମନକୁ ଆମର

ବହି ଖୋଜା ପଡେ ବେଶୀ,

ଜଟିଳକୁ ସେହି ସରଳ କରଇ

ବୁଝିଗଲେ ହେଉ ଖୁସି,

ଆମରି ସାଥୀରେ ରହେ ସେ ଏମିତି

ହେଉ ଦିନ ଅବା ରାତି

ଦେଇଣ ଆଦର କରିବା ନିଜର

ବହି ପରା ଆମ ସାଥୀ।୧।

ପାଠ ସାଥେ ଚାଟ ଦେଖାଏ ସେ ବାଟ

ସବୁ କିଛି ଭରପୁର,

ନୂଆ ନୂଆ କଥା ନୂଆ ନୂଆ ଗାଥା

ଶିଖାଏ ସେ ନିରନ୍ତର,

ସର୍ବଦା ଯତନେ ରଖିବା ସାଇତି

ଦେଖାଇ ଶରଧା ପ୍ରୀତି

ଦେଇଣ ଆଦର କରିବା ନିଜର

ବହି ପରା ଆମ ସାଥୀ।୨।

ଆସ କୁନା କୁନି ଭାଇ ଓ ଭଉଣୀ

ତା ସାଥେ ଯିବା ମିଶି,

ବହି ଭଳି ସାଥୀ ମିଳଇ ସବୁଠି

ଧରି ପଢୁଥିବା ବସି,

କଲେ ତାକୁ ସାଥୀ ଗଢିବା ନିୟତି

ପଢିଲେ ଯେ ଭାବି ଚିନ୍ତି,

ଦେଇଣ ଆଦର. କରିବା ନିଜର

ବହି ପରା ଆମ ସାଥୀ।୩।

•ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational