STORYMIRROR

Writer Roja Panda

Abstract

2  

Writer Roja Panda

Abstract

ବହି ମୁଁ ତୁମର

ବହି ମୁଁ ତୁମର

1 min
419

ଅଛିଣ୍ଡା ସମିକରଣର ସରଳ ସମାଧାନ ମୁଁ, 

 ମୁଁ ଅତୀତ ଇତିହାସର ଏକମାତ୍ର ମୂକସାକ୍ଷୀ

ସାରା ବିଶ୍ୱର ଭୌଗଳିକ ପରିଧିର ମାପକାଠି ମୁଁ,

ମୁଁ ଅର୍ଥନୀତିର ମାନଦଣ୍ଡରେ ଠିଆ ହେଇଥିବା ସମୀକ୍ଷା

ବିଭିନ୍ନ ଭାଷାର ସମାହାର ମୁଁ, ମୁଁ ରାଜନୀତିର ରାଜତନ୍ତ୍ର,

ବେଦ ମୁଁ,ଶାସ୍ତ୍ର ମୁଁ, ପୁରାଣ ସାହିତ୍ୟ ମୁଁ,

ମୁଁ ବ୍ୟାକରଣର ବର୍ଣ୍ଣବିଦ୍ୱେଷ, ହାସ୍ୟରସର ଗନ୍ତାଘର

କାବ୍ୟ ମୁଁ, ଔପନ୍ୟାସିକର ସର୍ଜନା ମୁଁ,

ମୁଁ ଅନନ୍ୟ ଜ୍ଞାନର ଭଣ୍ଡାର

ସର୍ବଜନଙ୍କର ପ୍ରିୟ ସାଥି ମୁଁ, ମୁଁ ମୁକ୍ତିର ଦ୍ୱାର

ଅଜ୍ଞାନତା ଦୁରକରେ ମୁଁ, ଆଖି ଖୋଲେ ସଭିଙ୍କର,

କୁସଂସ୍କାରୁ ନିବୃତ୍ତ କରି ଶିଖାଏ ମୁଁ ସଂସ୍କାର

ମୋ ଦ୍ୱାରା ସଭିଙ୍କ ଭ୍ରମ ହେଇଯାଏ ଦୂର,

ଚିହ୍ନ ମତେ,ସ୍ୱୀକାର କର ବହି ମୁଁ ତୁମର

ସର୍ବ ଜ୍ଞାନ ରହିଅଛି ମୋ ପାଖରେ ଠୁଳ

ଦିଗବିଜୟର ଅସ୍ତ୍ର ମୁଁ ମତେ ସଖା କର,

ଏ ଅଜ୍ଞାନ ସଂସାରରୁ ହୋଇଯିବ ପାର

ବହି ମୁଁ, ଦୁଇ ଅକ୍ଷର ନାମ ପରା ମୋର,

ଅସୀମ ,ଅଗଭୀର ଭଣ୍ଡାର ମୁଁ ଜ୍ଞାନର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract