STORYMIRROR

Sudhanjali Mishra

Abstract Others

3  

Sudhanjali Mishra

Abstract Others

ବହି ମୋର ବନ୍ଧୁ

ବହି ମୋର ବନ୍ଧୁ

1 min
219

ବହି ମୋର ବନ୍ଧୁ ...

ହେ ବନ୍ଧୁ !

ତୁମେ ସବୁଠାରୁ ସ୍ବତନ୍ତ୍ର ନିଆରା ଉଚ୍ଛ୍ବାସ

ତୁମଠାରେ ରହିଛି ମୋର ପ୍ରଗାଢ଼ ବିଶ୍ବାସ

ଏଡାଇ ଦେଇପାର ନିମିଷକମାତ୍ରେ

ସନ୍ଦେହ ଓ ଅଭିମାନ .....

ଏକଲାପଣର ଅବଶୋଷ

ଯୋଗାଇ ଦେଇପାର ନିର୍ଭିକ ହେବାର

ସମସ୍ତ କୌଶଳ, ଶୋକାପ୍ଳୁତ ଜୀବନର

ଧୈର୍ଯ୍ୟ ଓ ସାହସ ........।।୧।।

ହେ ବନ୍ଧୁ !

ତୁମ ମାୟାରେ ଛନ୍ଦିହୋଇ

ଦେଖି ମୁଁ ପାରୁଛି ଆଜି ତାରାଭରା

ଉଜ୍ଜ୍ବଳ ଆକାଶ .....

ସଂଘର୍ଷମୟ ଜୀବନରେ ମୋର

ଫିଙ୍ଗିଦେଇଛି ଦୂରକୁ ମୁଁ

ଅବସାଦ,ଦୁଃଖ କ୍ଳେଶ

ଅଣନିଶ୍ବାସୀ ହୋଇ ଧାଇଁ ଚାଲିଛି

ଆଗକୁ ଆଗକୁ .......

ଛୁଇଁବାକୁ ମୋର ବଳକା ଆୟୁଷ ....

ତଥାପି ମୁଁ ଛାଡିନାହିଁ ହାତ ତୁମର

ସ୍ବପ୍ନ ଦେଖୁଛି,ଗଢିବାକୁ ସୁନ୍ଦର ବିଶ୍ବ

ରଖି ତୁମଠାରେ ବିଶ୍ବାସ ......।।୨।।

ହେ ବନ୍ଧୁ !

ଯଦିଓ ତିଆରୀ ତୁମ ଶରୀର

ଫର୍ଦ୍ଦ ଫର୍ଦ୍ଦ କାଗଜର ସମାହାର

ପୁସ୍ତକ ନାମ ତୁମେ ବହିପାର

କୃତି ତୁମେ କବି ଓ ଲେଖକ ଗାଳ୍ପିକର

ସଫଳ ଜୀବନର ତୁମେ ଉପହାର

ଆହ୍ଲାଦିନୀ ତୁମେ ପାଠକମାନଙ୍କ ହୃଦୟର

ହେ ବନ୍ଧୁ ତୁମେ ମୋ ଆତ୍ମାର ସୁମଧୁର ସ୍ବର ।।୩।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract