ଭଗ୍ନ ପ୍ରତିବିମ୍ବ
ଭଗ୍ନ ପ୍ରତିବିମ୍ବ
ଉଜୁଡି ପଡିଛି ବନ୍ଧୁ ସମ୍ପ୍ରଦାୟ
ଭୁଷୁଡି ଯାଇଛି ବିଶ୍ୱ,
କରୋନା କାୟାରେ ଜନରବ ନାହିଁ
ମାନବ ସାଜିଛି ନିଃସ୍ୱ ॥
ଅର୍ଥ ବଇଭବ ଧୋଇଛି ସୁନାମୀ
ଲୋଭ ମୋହ ମାୟା ନାହିଁ,
ମାନବ ବୁଝୁଛି ଏ ଛାର ଜୀବନ
ଶେଷ ଶମଶାନ ଭୂଇଁ ॥
ହଜିଯାଇଅଛି ଆର୍ଯ୍ୟ ପରମ୍ପରା
ଅର୍ଥ ମାନ ଦଉଡରେ,
ମରିଚୀକା ପଛେ ଭାଗ୍ୟ ଧାଉଁଅଛି
ଅବିବେକି ଚଳନିରେ ॥
ଅନାଦର କରି ଜୀବନ କାଣ୍ତାରୀ
ମଦ ମାଂସେ ପ୍ରୀତିକରି,
ଧର୍ଷଣ ଶୋଷଣ କରି ଆସ୍ଫାଳନ
ବାହୁଛୁ ଜୀବନ ତରୀ ॥
ଜୀବେଦୟା ଆମ ନିତ୍ୟ ପରମ୍ପରା
ସ୍ନେହ ପ୍ରୀତି ଆମ ଧ୍ୟେୟ,
ହୋଇଲୁ ବିମୁ
ଖ ହରାଇଲୁ ସୁଖ
ଭୂତାଣୁର ବରାଭୟ ॥
ଗୃହେ ବନ୍ଦୀ ହୋଇ ଡାକୁ ଦଇତାରୀ
ରକ୍ଷାକର ଭାବଗ୍ରାହୀ,
ପରିବାର ସ୍ୱାଦ ହୋଇଛି ପ୍ରମୋଦ
ହେବାପାଇଁ ଗୁଣଗ୍ରାହୀ ॥
ବୃଦ୍ଧ ପିତାମାତା ପାଇଲେ ମମତା
କରୋନା ପ୍ରଭାବ ତୀରେ,
ଉଦ୍ଧତ ଭବିଷ୍ୟ ବୁଝି ସବିଶେଷ
ପ୍ରମାଦିଲେ ଚକ୍ଷୁ ନୀରେ ॥
ଜୀବନ୍ତ ଦେବତା ପୂଜାପାଇ ନିତ୍ୟ
ବର୍ଷନ୍ତି ଆଶୀଷ ବାରି,
ପହଡ ଫିଟିଲା ବିଶ୍ୱ ନିୟତାଙ୍କ
କରୋନା ଯିବଟି ହାରି ॥
ସଦାଚାରେ ରହି ଜିତିବା କରୋନା
ଚଉବାହା ହେବେ ସାହା,
ନିତ୍ୟ ସେବୁଥିବା ସେ ରଂଗା ଚରଣ
ବହିବ ବିଜୟ ବାଆ ॥