ଭଗ୍ନ କୋଣାର୍କର ନଟି
ଭଗ୍ନ କୋଣାର୍କର ନଟି
ଭଗ୍ନ କୋଣାର୍କର ଭଗ୍ନ ଶିଳlପରେ
ଖୋଦିତ ଯେ ଯେଉଁ ନଟୀ,
ଆଜିବି ସେମିତି ଆବେଗିକ ଭାବେ
ବାଢିଦିଏ ପ୍ରେମଭେଟି |
କେଉଁ ଶିଳ୍ପୀର ଯେ ହୃଦୟ ବେଦନା
ବିରହୀତ ପ୍ରୀତିଭାଷା,
ଆଖିରେ ତାହାର ଭରି ସେ ରଖିଛି
ଯୁଗ ଯୁଗ ପାଇଁ ଆଶା |
ବାରବରଷର ବିଚ୍ଛେଦ ର ଜ୍ୱାଳା
ଛାଡି ପ୍ରଣୟିନୀ ଦୂରେ,
ନପାଇ ପୀରତି ସତେ କି ଯେମିତି
କରିଛି ପ୍ରୀତି ପ୍ରସ୍ତରେ |
କଠିନ ପ୍ରସ୍ତରେ ଖୋଦିଛି କଷ୍ଟରେ
ନଗ୍ନନଟୀ ପ୍ରୀତିଆଶେ,
ମନର କାମନା ଅଜାଡି ଦେଇଛି
ସତେକି ଅକୁହା ଭାଷେ |
ଅବୁଝା ରାଜା ଯେ ବୁଝିଲେନି କିଛି
ପ୍ରୀତିପ୍ରଣୟର କଥା,
ଶିଳ୍ପୀ ହୃଦୟରେ ଜମା ହେଉଥିଲା
ପ୍ରିୟା ବିରହର ବ୍ୟଥା |
ବାରଶହ ଶିଳ୍ପୀ ଗଢ଼ିଦେଇଥିଲେ
ସତେ କି ବିରହେ ଭାଳି,
ସେଥିପାଇଁ କିବା ଭଗ୍ନ ସେ କୋଣାର୍କ
ଶିଳ୍ପୀ ଅଭିଶାପେ ଜଳି |

