ଭଗିଆ ଭାଇର ନିଶ
ଭଗିଆ ଭାଇର ନିଶ
ନିଶ ଆମ ନାହିଁ ଭଗିଆ ଭାଇର
ଲମ୍ବିଛି ସହରୁ ଗାଆଁ
ସେଇ ନିଶ ବଳେ ଅସାଧ୍ୟକୁ ସାଧ୍ୟ
କରି ମାରୁ ଏଠି ଡିଆଁ
ଆମେ ଅଧା ଜଳା ଖୁଣ୍ଟା ନିଆଁ
ଛତ୍ରଛାୟା ତଳେ ରାଜନୀତି ଚାଲେ
ଛାଡି ଖାଲି ମିଛ ଧୂଆଁ !!
ସହରେ ବସିଛି ଭାକୁଡ଼ ଖାଉଛି
ଥୋପ ଗୁନ୍ଥିଛି ଗଣିଆ
କୁଜି ନେତା ଆମେ ବୁଲୁଛୁ ଚିକ୍କଣେ
ଦେଖଇ ନେତା ପଣିଆ
ସବୁ କାମରେ ଆମେ ଆଗୁଆ
ନହୋଇଲା କାମ କରିଥାଉ ଆମେ
ଦେଖଇ ତ ବାହାପିଆ !!
ମାଉଁସ ଦେଇଛୁ ମଦ ବି ଦେଇଛୁ
ଭୋଟର ତ ମାଗିଖିଆ
ନିଶେ ହାତ ମାରି ଦ୍ଵିଗୁଣ ନେଉଛୁ
ଭରିବାକୁ ନଅଣ୍ଟିଆ
ଅଧା ପାଉଛି ଭାଇ ଭଗିଆ
ଆର ଅଧକରେ ପକେଟ ଗରମ
ହୋଇଲେ ତାର ଦଳିଆ !!
ଇନ୍ଦିରା ଆବାସ ପାଇଖାନା ବାସ
ଭାଇ ଭାଇଙ୍କ ଅଳିଆ
ରୋଜଗାର ବାଟ ମିଳେ ଟଙ୍କା ମୋଟ
(ତାଙ୍କୁ)ରଖିଲେ ଦୁଇ ଦଳିଆ
ଚାହିଁ ରହିଛିରେ ଭାଇ ଭଗିଆ
ଠାକୁରଙ୍କୁ ଡାକେ ଥାଅ ପ୍ରଭୁ ସୁଖେ
ନିତି ଲାଗୁ କଳି କଜିଆ !!