STORYMIRROR

Ranjan kumar Mohanty

Tragedy

2  

Ranjan kumar Mohanty

Tragedy

ଭଦ୍ରମୁଖା

ଭଦ୍ରମୁଖା

1 min
131

ଭଦ୍ରମୁଖା ତଳେ କେତେ କେତେ 

ମୁହଁ ଆଜି ବି ରହିଛି ଲୁଚି 

କିଏ ଅବା ଏଠି ନର ପିଶାଚ ଟେ 

କିଏ ବା ଏଠି ପିଶାଚୀ 

କାହାକୁ ହେବନି ବାଛି 

ମଣିଷ ବିକୁଛି ମଣିଷ ପଣିଆ 

ସ୍ୱାର୍ଥ ବଜାରରେ ନାଚି ।


ଶିକ୍ଷିତ ସମାଜ ଶିକ୍ଷା ଦ୍ୱାହି ଦେଇ 

ବାପା ମା ଙ୍କୁ କରେ ପର 

ସଭ୍ୟତା ସଂସ୍କୃତି ଚୁଲିକୁ ଗଲାଣି 

ଖାଲିରେ ମିଛ ପ୍ରଚାର 

କିଏ ବା ଦେବ ଉତ୍ତର 

ଭଦ୍ର ସମାଜରେ ମୁହଁ ଯିଏ ଖୋଲେ 

ଅଭଦ୍ର ହେବା ଟି ସାର ।



ତଥାପି ବଞ୍ଚିଛି ମଣିଷ ପଣିଆ 

ବଞ୍ଚିଅଛି ସ୍ୱାଭିମାନ 

ଭଦ୍ରମୁଖା ଦିନେ ଖୋଲିବ ସବୁରି 

ମିଛ ହେବ ସନମାନ 

ସବୁ ତ ଅଢେଇ ଦିନ 

ଆଜିର ଜୀବନ କାଲିକୁ ନଥାଏ 

ମିଛ ତ ସବୁ ସପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy