ଭଦ୍ରମୁଖା
ଭଦ୍ରମୁଖା
ନିବୋଜ କୋଠରୀରେ
ଘନ ଘୋର ଅନ୍ଧକାରରେ
ଶୋଇଛି ଯେ ଶୋଇଛି
ଆଖି ନା ଅଛି ନିଦ
ଜୀବନେ ନା ଅଛି ଅବସର ,
ତଥାପି
ମନୋରମ ସ୍ୱପ୍ନର ସଉଧର
ଥାଟ ଦେଖି ଦେଖି
ଆକାଶରୁ ମାଛଟିଏ ତୋଳି ଆଣିବ ତିଅଣ ପାଇଁ
ଖବ ଆନନ୍ଦରେ ଚାଖିବ ତା ସୁଆଦ
ଶୋଇ ଶୋଇ
ଦିନରେ ବି
ସେ ଭଦ୍ରମୁଖା ଅନୁଭବେ
ଯେମିତି
ତା ଭିତରେ ଜହ୍ନର
ଶୀତଳ ଜ୍ୟୋତ୍ସ୍ନା ସ୍ପର୍ଶ
ସମୟ ଅବଧିରେ
ମାଦକତା ଆଣିବ ବୋଲି ,
ସଚ୍ଚୋଟ ପଣିଆର
ସତ୍ୟତା ମଧ୍ୟରେ
ବାସ୍ତବିକ ଜୀବନଟେ ଭୁଲି ଅଛି ଆଜି
ସେ ନିବୋଜ କୋଠରୀରେ
ଘନ ଘୋର ଅନ୍ଧକାରରେ
ଆପଣା ନିଜତ୍ବକୁ ।