STORYMIRROR

Ajaya kumar Jena

Inspirational

3  

Ajaya kumar Jena

Inspirational

ଭଦ୍ରମୁଖା ତଳର ବ୍ୟକ୍ତିତ୍ୱ

ଭଦ୍ରମୁଖା ତଳର ବ୍ୟକ୍ତିତ୍ୱ

1 min
229

ଅନ୍ତରରେ ନଥାଏ ସ୍ୱଚ୍ଛତା

ଏମାନେ ପିନ୍ଧିଥାନ୍ତି ସଫେଦ କମିଜ,

କଥାର ଆମୂଳଚୂଳ କପଟତା ବୋଳା

ଓଠ ସନ୍ଧିରେ ଫୁଟାନ୍ତି ଜହ୍ନର ଖିଲି ଖିଲି ହସ,

ଆଉ ନିଃଶ୍ୱାସରେ ବାଣ୍ଟନ୍ତି

ବହଳ ବହଳ ଶ୍ୱାସରୁଦ୍ଧ ଅଙ୍ଗାରକାମ୍ଳ।


ଏମାନେ ଦେଖନ୍ତି ଦିବାସ୍ୱପ୍ନ,

ଜହ୍ନରେ ଘର ତୋଳି

ତାରାରେ ସଜାନ୍ତି ଅଗଣା, ଦାଣ୍ଡ ଦୁଆର,

ସେଥିପାଇଁ ତ' ମୁହଁରେ ବାନ୍ଧି ଭଦ୍ରମୁଖା

ଏମାନେ କବର ଦିଅନ୍ତି...

କେଇଖଣ୍ଡ ହାଡ଼, ଧୁଡୁ ଧୁଡୁ ଚମଡା

ଆଉ ମେଞ୍ଚେ ନିଃଶ୍ୱାସ ପ୍ରଶ୍ୱାସମାନଙ୍କୁ।


ସ୍ୱାର୍ଥପରତାର ଚାଦର ଢାଙ୍କିହୋଇ

ମାପିପାରନ୍ତି ସମ୍ମୁଖ ବ୍ୟକ୍ତିର ସଚ୍ଚୋଟତା,

କୁହୁଳା ଧୂଆଁକୁ ଫୁଙ୍କ ମାରି

ଜଳାନ୍ତି ନିଃଶେଷ ଅଗ୍ନିବର୍ତ୍ତିକା,

କେବେ ଟଙ୍କା ଆଉ କେବେ ନାରୀ

ପୁଣି ଚୌକି ଲୋଭରେ କାଟନ୍ତି ନିରୀହ ଗଳା।


ଏମାନେ ଖୁବ ମାହିର...

ଓଠ ଧାରେ ଖଣ୍ଡା ବୁଲେଇବାରେ,

ସାଜନ୍ତି ସର୍ବୋତ୍କୃଷ୍ଟ ଯାଦୁଗର

ପେନ୍ଥା ପେନ୍ଥା ସ୍ୱପ୍ନ ଦେଖାଇବାରେ।


ଏମାନେ କ'ଣ?

ଦିନେ ସମୟ କହିବ,

ଅନ୍ୟପାଇଁ ଖୋଳୁଥିବା ଖାତରେ

ଦିନେ ସେ ନିଶ୍ଚୟ ପଡିବ,

ପିନ୍ଧିଥିବା ଭଦ୍ରମୁଖା ପାଇଁ

ସାରା ଜୀବନ ସେ କଷ୍ଟ ପାଉଥିବ.....

ହଁ, ସେ କଷ୍ଟ ପାଉଥିବ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational