STORYMIRROR

Ramachandra Bhutia

Abstract Romance

4  

Ramachandra Bhutia

Abstract Romance

ଭବ ଜଳୁ ପାରି କର

ଭବ ଜଳୁ ପାରି କର

1 min
262

ରାଧା ହେବନାହିଁ ତୋ ପ୍ରେମରେ କାଳିଆ

କରିପାରିବେନି ରାସ

ମୀରା ପରି ସବୁ ସମର୍ପି ଦେଇ ମୁଁ

ହୋଇଯିବି ତୋର ଦାସ ।


ବନ୍ଧୁ ମହାନ୍ତି ମୁଁ ନୁହଁ ହେ ସାଆନ୍ତ

ଯାଚି ଦେବ ଭୋଗ ଥାଳି

ଅଛବ ମୁଁ ପରା ସିଂହଦ୍ଵାରୁ ତୋତେ

ଦେଖି ଦେଇ ଯିବି ଚାଲି ।


ତପସ୍ୱୀ ଶବରୀ ମୁଁ ନୁହଁ ହେ ରାମ

ଦେବାକୁ ଅଇଁଠା କୋଳି

ଗୁଣ୍ଡୁଚିମୂଷାଟେ ତୁମ ବଡ଼ଦାଣ୍ଡେ

ଧୂଳି ହେଉଥିବି ବୋଳି ।


ସୁଦାମାର ଭାବ ନାହିଁ ବିଶ୍ଵଦେବ

ଖାଇବ ମୋ ହାତୁ ଖୁଦ

ପାଷଣୀ ଅହଲ୍ୟା ତୁମ୍ଭ ବାଟ ଚାହେଁ

ଉଦ୍ଧାରିବ ବାସୁଦେବ ।


ମୁଁ ତ ଅକିଞ୍ଚନ ଅତି ମୂଢ ଜନ

ଜାଣିନାହିଁ ଭକ୍ତି ସ୍ତୁତି

ସମର୍ପି ଦେଇଛି ଚିତ୍ତ ତୋ ଚରଣେ

ଅଖିଳ ବ୍ରହ୍ମାଣ୍ତ ପତି ।


ଶିରେ କର ଯୋଡ଼ି ପଦ୍ମପାଦେ ପଡି

ଡାକେ ଆହେ ଚକ୍ରଧର

ଅରକ୍ଷ ରକ୍ଷଣ ଆରତ ନାଶନ

ଭବ ଜଳୁ ପାରି କର ।



Rate this content
Log in

Similar oriya poem from Abstract