STORYMIRROR

TASNEEM SULTANA LADLEE

Inspirational

4  

TASNEEM SULTANA LADLEE

Inspirational

ଭାଷାର ମହତ୍ତ୍ୱ

ଭାଷାର ମହତ୍ତ୍ୱ

1 min
13


ଚାରୋଟି ଅଟେ ଭାଷାର ସୋପାନ,

ଏସବୁ ବୁଝିଲେ ବଢିବ ଜ୍ଞାନ ।


ଭାଷାକୁ ଶୁଣିବା ପ୍ରଥମ ସୋପାନ,

ତାହାକୁ କହିବା ଦ୍ବିତୀୟ ସୋପାନ ।


ପଢିବାଟି ଅଟେ ତୃତୀୟେ ହେଜ,

ଲେଖିବା କଥାଟି ଚତୁର୍ଥେ ଖୋଜ ।


ଶୁଣିବାକୁ ଲୋଡା ଭଲ ପରିବେଶ,

ଶିକ୍ଷକ ସୁବକ୍ତା, ବ୍ୟକ୍ତି ବିଶେଷ ।


କହିବା ପାଇଁ କି ଅଭ୍ୟାସ ଲୋଡା,

ସହଜଟି ହୁଏ ଜୀବନ ଗଢା ।


ଅଧିକ ପଢିବା ଅଧିକ ଜାଣିବା,

ତେବେ ଯେ ଭାଷାର ମହତ୍ବ ବୁଝିବା ।


ତସନିମ୍ ଏକ ଆରବିକ ଶବ୍ଦ,

କ୍ଷୀର ସାଗର ତାର ଯେ ଅର୍ଥ ।


ଶ୍ବେତଗଙ୍ଗା ଓଡିଆରେ ଅଟେ ତାହା ,

ସ୍ବର୍ଗରୁ ମର୍ତ୍ତ୍ୟକୁ ବହିଅଛି ଯାହା ।



Rate this content
Log in

Similar oriya poem from Inspirational