STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଭାଷା ସୁରକ୍ଷା

ଭାଷା ସୁରକ୍ଷା

1 min
273

ଭୁବନ ବିଦିତା ଆମ ମାତୃଭାଷା ଭିତ୍ତିଭୂମି କେତେଟାଣ

ଭାରିତ ପ୍ରାଚୀନ ଭାରି ସୁମହାନ ଗର୍ବ ଗୋୖରବ ନିଶାଣ

ଭାଗ୍ୟ ବିପରୀତ ଓଡ଼ିଆ ଜାତିତ ହୁଏ ଆଜି ଦିଗହରା

ଭୁଲି ଯାଇ ମାତୃଭାଷା ର ମମତା ପରଲାଞ୍ଜ ଧରେ ପରା

ଭୂମିଷ୍ଠ କାରିଣୀ ଉତ୍କଳ ଜନନୀ ମୁଖେ ଲଗାଇଣ କାଳି

ଭୀଷଣ ଦୁର୍ଗମ ପଥ ବରି ଛନ୍ତି ଇଂରାଜୀ ଭାଷା ଆବୋରି

ଭର ପୁର ଆଜି ଇଁରାଜୀ ମାଧ୍ୟମ ବିଦ୍ୟାଳୟ ରାଜ୍ୟସାରା

ଭୁଲୁଣ୍ଠିତ ଆଜି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଆମ ପରା

ଭାଷା ତ ଆମର ନିଜ ପରିଚୟ ନିଜତ୍ୱ ଇଜତ୍ବ ମାନ

ଭାଷା ଅବକ୍ଷୟେ ଜାତିର ବିଲୟ ଜାତିପ୍ରେମେ ଦିଅ ଧ୍ୟାନ

ଭାରି ଭକ୍ତିଭରେ ବାପା କୁ ନଚିହିଁ ମଉସାରେ ଦଣ୍ଡବତ

ଭୂମିଷ୍ଟା ଜନନୀ ସ୍ନେନହ ଏଡାଇ ମାଉସୀରେ ମୋହମତ୍ତ

ଭା ବି ଦେଖ ତୁହିଁ ଓଡିଆ ବୋଲାଇ ଓଡ଼ିଆ ନ କହୁ ତୁଣ୍ଡେ

ଭଣ୍ଡାମି ସିଂସ୍କୃତି ଭଣ୍ଡାମିରେ ବୃତ୍ତି କାହାକୁ ବହିଛୁ ମୁଣ୍ଡେ

ଭୂଧର ମାଳିକା ଆଣ୍ଡିଜ ଆଳପସ ନିଝର ବହିଲେ ଥରେ

ଭୂମିକୁ ତୋହର ସିଂଞ୍ଚିବକି କହ ମୋ ଗିରି ଯଦି ନ ଝରେ

ଭାଷା ଯା ଦୁର୍ବଳାସେହିଟି ଅଜ୍ଞାନ କାହିଁ ତାର ସନ ମାନ

ପଡୋ ଶୀଙ୍କୁ ଦେଖି ସ୍ୱଭାଷା ଆଦରି ବଢନ୍ତି ସ୍ବ ଅଭିମାନ

କହ ତୁ ଓଡ଼ିଆ ପଢ ତୁ ଓଡ଼ିଆ ଲେଖରେ ଓଡ଼ିଆ ଭାଇ

ଓଡ଼ିଆ ପରିକା ବଢିଆ ଭାଷା ଟେ ଭାଷାଜଗତରେ ନାହିଁ

ଆମ ମାତୃଭାଷା ମହିମା ମଣ୍ଡିତ ଶାସ୍ତ୍ରୀୟ ମୁକୁଟ ଧାରି

ସୁରକ୍ଷା ତାହାର କରିବା ପାଇଁକି ଡାକେ ଆଜି ହାତ ଠାରି

ଓଡ଼ିଆ ଭାଷାକୁ ପ୍ରଭୁ ଜଗନ୍ନାଥ ପାଉଛନ୍ତି ଯେଣୁ ଭଲ

ଲୀଳା କରୁଛନ୍ତି ରହି ସେଥି ପାଇଁ ଉତ୍କଳ ର ସିନ୍ଧୁ ତୀ ର

ହୁଅ ସାବଧାନ ଓଡ଼ିଆ ସନ୍ତାନ ଯେତେ ଭାଷା ପଛେ ଶିଖ

ନିଜ ମାତୃଭାଷା ମହତ୍ୱ ରଖିବା ଅଟଇ ମହତ କାର୍ଯ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract